arrest
ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ବାର୍ହା ମାଂସ ରୋଷେଇ କରି ଖାଇଥିବା ଅଭିଯୋଗରେ ସମ୍ୱଲପୁର ଜିଲ୍ଲା ରେଢାଖୋଲ ବନ ବିଭାଗ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫଦ୍ୱୟ ହେଲେ ମଧୁ ହେମ୍ରମ ଓ ଜିତେନ୍ଦ୍ର ହେମ୍ରମ। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ରନ୍ଧା ବାର୍ହା ମାଂସ ଜବତ କରାଯାଇଛି।
ସୂଚନାଅନୁସାରେ, ଜଣେ ଶିକାରୀ ନିକଟରେ ଏକ ଜଙ୍ଗଲୀ ବାର୍ହାକୁ ବନ୍ଧୁକରେ ଗୁଳି ମାରିଥିଲେ। ହେଲେ ଲକ୍ଡାଉନ୍ ଯୋଗୁ ସେ ବାହାରେ ମାଂସ ବିକ୍ରି କରି ପାରି ନଥିଲେ। ତେଣୁ ସେ ରେଢାଖୋଲ ରେଞ୍ଜର ନବଘନପୁର ଗାଁ ଲୋକଙ୍କୁ ଉକ୍ତ ମାଂସ ବାଣ୍ଟି ଦେଇଥିଲେ। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବାରହା ମାଂସ ରୋଷେଇ କରି ଖାଇଥିବା ଅଭିଯୋଗରେ ମଧୁ ଓ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/arrest-55000.jpg)