Advertisment

Rajya Sabha Battle: ସଫଳ ହେବ କି ଭକ୍ତଙ୍କ ଉଦ୍ୟମ, ହିଁ କରିବେ କି ନବୀନ

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଧାନସଭାରେ ଆସନ ଦୃଷ୍ଟି ଦୁଇଟିରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଜିତିବା ସ୍ପଷ୍ଟ। କିନ୍ତୁ ଆଉ ଗୋଟିଏ ଆସନକୁ ନେଇ ସସ୍‌ପେନ୍ସ ଜାରି ରହିଛି।

author-image
Jitendra Garnayak
Naveen

ବିଜେଡିରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଗଲା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ମନ୍ତବ୍ୟ ଦେଇଥିଲେ ଯେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କ ରାସ୍ତା ସୁଗମ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ ଆଉ କିଛି ବିଧାୟକଙ୍କ ପରେ ବିଜେଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରେ। ଏହା ସତ୍ତ୍ୱେ କଂଗ୍ରେସ ହାତରେ କିଛି ଭୋଟ୍ ଥିବା ହେତୁ ଏହାର ଉପଯୋଗ କରି ବିଜେଡି ସହିତ ମିଶି ଓଡ଼ିଶାର କୌଣସି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ପିସିସି ସଭାପତି। ଆଜି ସେ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି।

Advertisment

ଶ୍ରୀ ଦାସ କହିଛନ୍ତି, ଆମେ ବିରୋଧୀ ଦଳ। ବିଜେଡି ମଧ୍ୟ ବିରୋଧୀ ଦଳ। ଦୁଇ ଦଳ ମିଶିଲେ ଜଣେ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ ସନ୍ଦେହ। ସେମାନେ ପ୍ରାର୍ଥୀ ଦେଲେ ଆମେ ସମର୍ଥନ କରିବୁ କି ନାହିଁ ସନ୍ଦେହ। କାରଣ ଦୁଇ ଦଳ ମଧ୍ୟରେ ସେହି ରାଜନୀତିକ ତାଳମେଳ ନାହିଁ। କିନ୍ତୁ ବିଜେପିକୁ ଆମେ ବିରୋଧ କରୁଛୁ। ଦେଶରେ ବିଜେପି ସବୁ କ୍ଷେତ୍ରରେ ‍ବିଫଳ ହୋଇଛି। ରାଜ୍ୟରେ ବି ଏହା ବିଫଳ ହୋଇଛି। ଲୋକେ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ (ସିଏ ଲେଖକ ହୋଇପାରନ୍ତି, କବି ହୋଇପାରନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସହିତ ଜଡ଼ିତ ହୋଇଥିବା କୌଣସି ବ୍ୟକ୍ତି ବିଶେଷ ହୋଇପାରନ୍ତି ବା ଦୀର୍ଘ ଦିନ ଧରି ନିଜ ଜୀବନକୁ ଲୋକଙ୍କ ସେବାରେ ଅର୍ପିତ କରିଥିବା ବ୍ୟକ୍ତି ହୋଇପାରନ୍ତି)ଙ୍କୁ ନେଇ ଯଦି ରାଜନୀତିକ ନିଷ୍ପତ୍ତି ହୁଏ, ତା’ହେଲେ ଏହା ସପକ୍ଷରେ ଯିବାକୁ ଆମେ ଚାହିଁବୁ। 

ସେ କହିଛନ୍ତି, ଓଡ଼ିଶାର ମାନସମ୍ମାନ, ସୁରକ୍ଷା ଓ ଗର୍ବଗୌରବକୁ ଦେଖି ଯଦି କୌଣସି ପ୍ରକାର ନିଷ୍ପତ୍ତି ହୁଏ, ତା’ହେଲେ ଆମେ ଚିନ୍ତା କରିବା ଉଚିତ। କାରଣ ଆମ ପାଖରେ ଭୋଟ୍ ଅଛି। ନହେଲେ ଦଳକୁ ସକ୍ରିୟ ରଖିବା ପାଇଁ ଜଣେ ପ୍ରାର୍ଥୀ ଦେବାକୁ ପଡ଼ିବ। 

Advertisment

ଶ୍ରୀ ଦାସ କହିଛନ୍ତି, ଏ ବିଷୟରେ ଆଲୋଚନା କରିବା ପାଇଁ ମୁଁ ତାଙ୍କୁ (ନବୀନ ପଟ୍ଟନାୟକ) ସମୟ ମାଗିଛି। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ସମୟ ମାଗିଛି। 

‘ସମଦୂରତ୍ୱ’ କଥା କହିଆସୁଥିବା ବିଜେଡି ଯଦି କଂଗ୍ରେସ ସହିତ ମିଶି ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତାହା ନୂଆ ଅଧ୍ୟାୟ ସୃଷ୍ଟି କରିବ। 

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଧାନସଭାରେ ଆସନ ଦୃଷ୍ଟି ଦୁଇଟିରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଜିତିବା ସ୍ପଷ୍ଟ। କିନ୍ତୁ ଆଉ ଗୋଟିଏ ଆସନକୁ ନେଇ ସସ୍‌ପେନ୍ସ ଜାରି ରହିଛି। ପୁଣି ସଂଖ୍ୟା ନଥାଇ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି କହିବା ପରେ ୪ର୍ଥ ଆସନକୁ ନେଇ ଅଙ୍କକଷା ଚାଲିଛି। ବିଧାନସଭାରେ ୩ ସ୍ୱାଧୀନ ବିଧାୟକଙ୍କ ସମେତ ବିଜେପିର ମୋଟ ୮୨ ଜଣ ଥିବା ବେଳେ ବିଜେଡିର ୪୮ ଜଣ (୨ ନିଲମ୍ବିତ ବିଧାୟକଙ୍କୁ ବାଦ୍ ଦେଇ) ଓ କଂଗ୍ରେସର ୧୪ ଜଣ ସହ ସିପିଆଇର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ ଜଣ ରହିଛନ୍ତି।    

ଅଧିକ ପଢ଼ନ୍ତୁ: Rajya Sabha Battle: ମ୍ୟାଜିକ-୩୦, କିଏ ଦେବ ମାତ୍ , ଦେଖନ୍ତୁ ୭ ସମ୍ଭାବ୍ୟ ପରିସ୍ଥିତି ଓ ସମୀକରଣ