Advertisment

Rajya Sabha Elections: ତୁମେ ଦିଲୀପଙ୍କ କଥା କହିଲେ ଆମେ କହିବୁ ବୈଷ୍ଣବ ପରିଡ଼ା କଥା

ରାଜ୍ୟସଭା ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ବିଜେପି ନେତା ଦିଲୀପ ରାୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ରାଜ୍ୟସଭା ଗଣିତ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।

author-image
Swadheen Raut
DILLIP RAY_TH

ଦିଲୀପ ରାୟ

() ରାଜ୍ୟସଭା ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ବିଜେପି ନେତା ଦିଲୀପ ରାୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ରାଜ୍ୟସଭା ଗଣିତ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଏପରିକି ଶାହ ମଧ୍ୟ ଦିଲୀପଙ୍କୁ ଅଭୟ ବାଣୀ ଦେଇଥିବା କୁହାଯାଉଛି । 2 ଜଣ ଦଳୀୟ ପ୍ରାର୍ଥୀ ପରେ ଆଉ ବଳୁଥିବା 22 ଜଣ ବିଧାୟକଙ୍କ ସମର୍ଥନ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମିଳିବ । ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବଡ଼ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି ବସି ଆଲୋଚନା କରିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ପାଇଁ କୌଣସି ଅଡୁଆ ନାହିଁ। ଅଡୁଆ ହୋଇପାରେ କେବଳ ସ୍ବାଧୀନ ପ୍ରାର୍ଥୀ ( Dilip Ray ) ଦିଲୀପ ରାୟଙ୍କ ପାଇଁ ।

Advertisment

ସେପଟେ ବିଜେଡି (Odisha) ବିଧାୟକ ଅରୁଣ ସାହୁ କହିଛନ୍ତି, ସଂଖ୍ୟା ନଥାଇ କେମିତି ବିଜେପି ସମର୍ଥିତ ପ୍ରାର୍ଥୀ ଜିତିବେ । ବିଜେପି କି ପ୍ରକାର ଆକଳନ କରୁଛି ମୁଁ ଜାଣିନି । ବିଜେପି ପାଖରେ 3ଜଣ ପ୍ରାର୍ଥୀ ଜିତିଲା ଭଳି ସଂଖ୍ୟା ନାହିଁ । ଏହାକଣ ସୁସ୍ଥ ଗଣତନ୍ତ୍ର । ଭାରତ ବର୍ଷରେ ସାମ୍ବିଧାନିକ ପ୍ରକ୍ରିୟା, ନୀତି ନୈତିକତା ଅଛି କି ନାହିଁ ବୋଲି ଆପଣ ଭାବୁଛନ୍ତି ।  ଯଦି ନୀତି ନୈତିକତାକୁ ଆପଣ ବଳି ଦେବେ ତେବେ ବିଜେପି ପ୍ରାର୍ଥୀ ଜିତିବେ। ସେ ଜିତିଲେ ଗଣତନ୍ତ୍ର ପ୍ରତି କୁଠାରଘାତ ବୋଲି ଅରୁଣ କହିଛନ୍ତି । ତେବେ ଅରୁଣଙ୍କୁ କଡା କାଉଣ୍ଟର କରି ବାବୁ ସିଂ କହିଛନ୍ତି, ବିଜେଡିର ସଂଖ୍ୟା ଗରିଷ୍ଠତା ନଥାଇ କେମିତି ବୈଷ୍ଣବ ପରିଡ଼ା ରାଜ୍ୟସଭା ଯାଇଥିଲେ। ସେ ଆଜି ଯେଉଁ ଗୁରୁଜ୍ଞାନ ଦେଉଛନ୍ତି ସେତେବେଳେ କୁଆଡ଼େ ଯାଇଥିଲ ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି।

ରାଜ୍ୟସଭା ଯିବା ପାଇଁ ଦିଲୀପଙ୍କୁ ଦରକାର ହେଉଛି ଆଉ 8ଟି ପ୍ରଥମ ପସନ୍ଦର ଭୋଟ। ଏହାରି ମଧ୍ୟରୁ ବିଜେଡିରୁ ସସପେଣ୍ଡ ହୋଇଥିବା ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାଙ୍କୁଡ଼ଙ୍କ ଭୋଟ ମିଳିପାରେ ଦିଲୀପଙ୍କୁ। ଅରବିନ୍ଦ ଦିଲୀପ ବାବୁଙ୍କ ବନ୍ଧୁ ବିଜୟ ମହାପାତ୍ରଙ୍କ ପୁଅ ହୋଇଥିବା ବେଳେ ସନାତନ ମହାଙ୍କୁଡ଼ କିନ୍ତୁ ଏ ଯାଏଁ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ସେହିପରି ବିଜେଡିରୁ ବହିଷ୍କାର ହୋଇଥିବା ପ୍ରଭାତ ବିଶ୍ବାଳଙ୍କ ପୁଅ ବିଜେଡିରେ ଅଛନ୍ତି ।

Advertisment

 ବାପାଙ୍କ ବଦଲା ନେବା ପାଇଁ ସେ ପାର୍ଟି ଲାଇନରୁ ବାହାରିଯାଇ ଦିଲୀପଙ୍କୁ ସମର୍ଥନ କରିବେ ତ ? ବାକି ରହିଲା କଂଗ୍ରେସର, ଚର୍ଚ୍ଚାରେ ଥିବା ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା ଏବଂ ତାରା ବାହିନୀପତିଙ୍କ ଭୋଟ ।

ସୋଫିଆଙ୍କ ବାପା ମୋକିମଙ୍କୁ ଭକ୍ତ ଦଳରୁ ବାହାର କରିଥିବା ବେଳେ ସୋଫିଆଙ୍କ ଷ୍ଟାଣ୍ଡ କଣ ରହିବ ତାହା ଜଣାପଡିନି। ସେହପରି ରମେଶ ଜେନା ବିଜେଡି ସମୟରେ ତାଙ୍କୁ ହଇରାଣ କରାଯାଇଥିବା କହିଥିଲେ ହେଲେ ଦିଲୀପଙ୍କୁ ଭୋଟ ଦେବେ କି ନାହିଁ ତାହା ଜଣାପଡିନି। ସେହିପରି ଗତ 2002 ମସିହାରେ ତାରା, ଦିଲୀପଙ୍କ ପାଇଁ କ୍ରସ ଭୋଟିଂ କରିଥିବା ବେଳେ ଏଥର କଣ ରହିବ ଷ୍ଟାଣ୍ଡ ତାହା ସନ୍ଦିହାନ। କଂଗ୍ରେସ ଏବଂ ବିଜେଡିର ଅସନ୍ତୁଷ୍ଟଙ୍କୁ ମିଶାଇ 6 ଜଣ ହେଉଥିବା ବେଳେ ବାକି 2ଟି ଭୋଟ କେଉଁଠୁ ଆସିବ ତା ଉପରେ ନଜର।...

Dilip Ray Odisha