Advertisment

ଫେରିବ କି ଲକ୍‌ ଡାଉନ୍‌? କ’ଣ କହିଲେ ସିବିକେ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ କେସ୍‌ ସଂଖ୍ୟା କମୁଛି। ଏବେ ଲଲ୍‌ ଡାଉନ୍‌ର ସମ୍ଭାବନା ନାହିଁ। ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ ଡାଉନକୁ ଏଡାଇ ହେବ। ଏ ନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି। ସେ କହିଛନ୍ତି-“ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ୍‌ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ […]

author-image
Manoranjan Sial
‘ନିୟମ କଡ଼ାକଡ଼ି ପାଳନ କରନ୍ତୁ, ନଚେତ ଆସିବ ତୃତୀୟ ଲହର’

dr cbk mohanty

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ କେସ୍‌ ସଂଖ୍ୟା କମୁଛି। ଏବେ ଲଲ୍‌ ଡାଉନ୍‌ର ସମ୍ଭାବନା ନାହିଁ। ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ ଡାଉନକୁ ଏଡାଇ ହେବ। ଏ ନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି।

Advertisment

ସେ କହିଛନ୍ତି-“ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ୍‌ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ। ଡାକ୍ତରଙ୍କ ପରାମର୍ଶ କରନ୍ତୁ।”

ଆଜି ସୁଦ୍ଧା ରାଜ୍ୟରେ ୩୩୬୫୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୯୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩୩୮୮୦ ଜଣ ଅରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୬୩୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ଆଜି ୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାରାଷ୍ଟ୍ର ଓ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଓଡ଼ିଶା ସରକାରଙ୍କ ଛନକା ପଶିଛି। ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୁଲିସ ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି-“ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହିରାଗତଙ୍କୁ ନଜର ରଖିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛୁ। ମହାରାଷ୍ଟ୍ର ସମେତ ସବୁ ରାଜ୍ୟ ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ଯେଉଁଠି ସଂକ୍ରମଣ ବଢ଼ିବ, ଆବଶ୍ୟକ ସ୍ଥଳେ ସେଠାରେ ଲକ ଡାଉନ କରାଯିବ। ଦରକାର ପଡ଼ିଲେ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ନିର୍ଦ୍ଦେଶ ରହିଛି।”