Advertisment

ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରି ଜେଲ୍ ଯାଇଥିବା ମହାରଥୀ ଏଥର ଜିତିବେ ନା ହାରିବେ? ଏକ ଅନୁଶୀଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଫ୍ଲାଇଂ ସ୍କାଡ୍‌କୁ ଆକ୍ରମଣ କରି ବିଜେଡିର ଜଣେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜି ଜେଲ୍ ଯାଇଛନ୍ତି। ସେ ହେଉଛନ୍ତି ପୁରୀ ଜିଲ୍ଲାର ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କୁ କେତେକ ଯାତ୍ରା ମହାରଥୀ ମଧ୍ୟ କୁହନ୍ତି। ଏହାର ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ବି ରହିଛି। ମହାରଥୀଙ୍କ ଆଦବ କାଏଦା ସବୁ ଯାତ୍ରା କଳାକାର ପରି। ତାଙ୍କ ନିଜର ବି ଗୋଟାଏ ଯାତ୍ରା ଦଳ ଅଛି। […]

author-image
Amaresh Biswal
ଅଦ୍ୟତନ ହୋଇଛି
ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରି ଜେଲ୍ ଯାଇଥିବା ମହାରଥୀ ଏଥର ଜିତିବେ ନା ହାରିବେ? ଏକ ଅନୁଶୀଳନ

4

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଫ୍ଲାଇଂ ସ୍କାଡ୍‌କୁ ଆକ୍ରମଣ କରି ବିଜେଡିର ଜଣେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜି ଜେଲ୍ ଯାଇଛନ୍ତି। ସେ ହେଉଛନ୍ତି ପୁରୀ ଜିଲ୍ଲାର ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କୁ କେତେକ ଯାତ୍ରା ମହାରଥୀ ମଧ୍ୟ କୁହନ୍ତି। ଏହାର ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ବି ରହିଛି।

Advertisment

ମହାରଥୀଙ୍କ ଆଦବ କାଏଦା ସବୁ ଯାତ୍ରା କଳାକାର ପରି। ତାଙ୍କ ନିଜର ବି ଗୋଟାଏ ଯାତ୍ରା ଦଳ ଅଛି। ତାଙ୍କ କଥାବାର୍ତ୍ତା, ଆଚରଣ, ଗଣମାଧ୍ୟମ ଆଗରେ ବ୍ୟବହାର ସବୁକିଛି ଯାତ୍ରା ଅଭିନେତାଙ୍କ ପରି। ତାଙ୍କର ଏପରି ଆଚରଣରୁ ଆମ ଲୋକମାନେ ଯେତିକି ମଜା ଉଠାନ୍ତି, ଆମ ଗଣମାଧ୍ୟମ ମଧ୍ୟ ସେତିକି ସେତିକି ଅଧିକ ଗୁରୁତ୍ୱ ଦିଏ।

ମହାରଥୀ ଦୁଇଟି କଥା ପାଇଁ ଚର୍ଚ୍ଚାକୁ ଆସନ୍ତି। ୧- ଯାତ୍ରା ଡାଏଲଗ୍ ଓ ଅଭିନୟ ଏବଂ ୨- ଅପରାଧିକ ଆଚରଣ। ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଆସୁଥିବା ଗଣ୍ଡଗୋଳ ଅଭିଯୋଗ ପାଇଁ ସେ ପ୍ରସିଦ୍ଧ। ଲୋକେ ମଧ୍ୟ ଅନେକ ସମୟରେ ଉତ୍‌ଫୁଲ୍ଲିତ ହେଇ କହନ୍ତି- ସେ ପରା ମହାରଥୀ, ତାଙ୍କ ଚେହେରା ଦେଖୁଚଟି, ପିପିଲିରେ ତାଙ୍କ ଆଗରେ କଥା କହିବାକୁ କାହାର ସାହସ ନାହିଁ।

Advertisment

ଏହାର ଅର୍ଥ ମହାରଥୀ ବାବୁ ଏତେ ଭୟଙ୍କର ଯେ, ତାଙ୍କୁ ଲୋକେ କିଛି କହିବାକୁ ଡରନ୍ତି। ନବୀନ ବାବୁଙ୍କ ବିଧାୟକମାନେ ଏମିତିଆ। ସେମାନେ ଏମିତି ଜନସେବା କରନ୍ତି ଯେ, ତାଙ୍କୁ ଲୋକେ ଡରନ୍ତି। କିଏ କିଏ କହନ୍ତି, ପିପିଲିରେ ରାଜନୀତି କରିବାକୁ ହେଲେ କାଳେ ଏମିତିଆ ହିଁ ହେବାକୁ ପଡ଼ିବ। ଅର୍ଥାତ ଗୁଣ୍ଡାଟିଏ ନହେଲେ ପିପିଲିରେ ରାଜନୀତି କରିହେବନି। ସେଠି ଭଦ୍ରଲୋକ ପ୍ରାର୍ଥୀ ହେଲେ ହାରିବ। କଥାଟା କେତେ ସତ କେତେ ମିଛ, ଜାଣିବା କଷ୍ଟକର। କିନ୍ତୁ ଏହି ନିର୍ବାଚନମଣ୍ଡଳୀର ଇତିହାସ ଦେଖିଲେ କଥାଟା ଆଗରୁ ଠିକ୍ ନଥିଲା ବୋଲି ଜଣାପଡ଼ିବ।

୧୯୮୫ରୁ ଯେତେବେଳେ ମହାରଥୀ ଜନତା ପାର୍ଟି ଟିକେଟରୁ ଜିତିଲେ ସେବେଠାରୁ ପିପିଲିର ସାମାଜିକ ଚରିତ୍ର ବଦଳିବାକୁ ଲାଗିଲା। ଧୀରେ ଧୀରେ ଆଜି ସାରା ପିପିଲି ଅଞ୍ଚଳ ଏକ ଅପରାଧିକ ପୃଷ୍ଠଭୂମି ଉପରେ ଠିଆ ହୋଇଛି। ବୋମାଟିଏ ପଡ଼ିବା, କେହି କାହାକୁ ହାଣି ଦେବା, କିଏ କାହାକୁ ରେପ୍ କରିଦେବା ଏଠି ଏକ ବଡ଼କଥା ନୁହେଁ।  ଆପଣ ଓଡ଼ିଶାର ଯେକୌଣସି ସ୍ଥାନକୁ ଯାଇ ଲୋକଙ୍କୁ ପଚାରନ୍ତୁ, ସେମାନେ ଏଇଆ କହିବେ। ପିପିଲିକୁ ବଦନାମ କରିଛି କିଏ? ଭୋଟ୍ ଦେବା ଆଗରୁ ପିପିଲିବାସୀ ଏ ପ୍ରଶ୍ନଟି ନିଜକୁ ପଚାରନ୍ତୁ।

ଏବେ ତ ମହାରଥୀ ବାବୁ ଗିରଫ ହେଲେ। ତାଙ୍କ ଅପକର୍ମ ପାଇଁ, ତାଙ୍କ ଅପରାଧମୂଳକ ଆଚରଣ ପାଇଁ ପୁଲିସ୍ ତାଙ୍କୁ ବାନ୍ଧିଲା। ଏବେକାର ସବୁଠୁ ବଡ଼ ପ୍ରଶ୍ନ ହେଲା- ଏଥର ତାଙ୍କୁ ଲୋକେ ଭୋଟ୍‌ ଦେବେ ନା ନାହିଁ? ସେ ଜିତିବେ ନା ହାରିବେ? ତାଙ୍କ ଭୋଟ୍ ପରିମାଣ କମିଯିବ କି?

ମୋର ବ୍ୟକ୍ତିଗତ ଅନୁଶୀଳନ ହେଲା, ତାଙ୍କର କିଛି ହେବନି। ସେ ଯେମିତି ଜିତିକି ଆସୁଥିଲେ ସେମିତି ଜିତିବେ। ଆଗକୁ ମନ୍ତ୍ରୀ ମଧ୍ୟ ହେବେ। ନା ଆପଣ କ’ଣ କହୁଛନ୍ତି?