Advertisment

Vulgar Dance: ଗିରଫ ହେବେ ନିଶା ମହାରଣା!

ଗତ ୧୨ ତାରିଖରେ ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଯାତ୍ରା ହୋଇଥିଲା। ସେଥିରେ ଅଶ୍ଲୀଳ ନୃତ୍ୟ କରିଥିଲେ ନିଶା ମହାରଣା। ସେଠାରେ କିଛି ଦର୍ଶକ ତାଙ୍କ ଉପରକୁ ଜୋତାମାଡ଼ ମଧ୍ୟ କରିଥିଲେ।

Nisha
Advertisment

ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ ଗିରଫ କରିପାରେ ପୁଲିସ। ବଲାଙ୍ଗିର ସଦର ଥାନା ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିବା ପରେ ଆରମ୍ଭ ହୋଇଛି ଏହିଭଳି ଆଲୋଚନା।   

Advertisment

ଗତ ୧୨ ତାରିଖରେ ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଯାତ୍ରା ହୋଇଥିଲା। ସେଥିରେ ଅଶ୍ଲୀଳ ନୃତ୍ୟ କରିଥିଲେ ନିଶା ମହାରଣା। ସେଠାରେ କିଛି ଦର୍ଶକ ତାଙ୍କ ଉପରକୁ ଜୋତାମାଡ଼ ମଧ୍ୟ କରିଥିଲେ।

ନିଶା ଅଶ୍ଲୀଳ ନୃତ୍ୟ କରିଥିବା ନେଇ ବିଭିନ୍ନ ଲୋକଙ୍କଠାରୁ ଅଭିଯୋଗ ପାଇଲା ପରେ ବଲାଙ୍ଗିର ସଦର ଥାନାରେ ରୁଜୁ ହୋଇଛି ମାମଲା।

Advertisment

ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଥ ଓ ରାଧେଶ୍ୟାମ ମେହେରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ସଦର ପୁଲିସ। ସେହିପରି ବଲାଙ୍ଗିର ପୁଲିସ୍‌ର ଏକ ଟିମ୍ ଭୁବନେଶ୍ୱର ଯାଇ ନିଶା ମହାରଣାଙ୍କୁ ଖୋଜୁଥିବା ସୂଚନା ମିଳିଛି। କୁହାଯାଉଛି, ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ। ସେଥିପାଇଁ ତାଙ୍କୁ ପୁଲିସ ଗିରଫ କରିପାରେ ବୋଲି ଜୋର ଆଲୋଚନା ହେଉଛି। 

ନିକଟରେ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ନିଶାଙ୍କ ଅଶ୍ଳୀଳ ଡ୍ୟାନ୍ସ ପାଇଁ ଆୟୋଜକ କମିଟିର ୧୪ ଜଣ ସଦସ୍ୟ ଗିରଫ ହୋଇଥିଲେ। ଏଥିସହ ଉପଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା ଓ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe