ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ଅଭିଯୋଗରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଜେଲ ଗଲେ। ୧୧୪ ପରୀକ୍ଷାର୍ଥୀ ବି ଧରା ପଡ଼ିଲେ। ଦୁର୍ନୀତି ପଛରେ ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବାର ଟେର୍ ମିଳିଲା। କିନ୍ତୁ ଆଶାୟୀ ପରୀକ୍ଷାର୍ଥୀମାନେ ପାଇଲେ କ’ଣ। ଭାଙ୍ଗିଲାଣି ଧୈର୍ଯ୍ୟ। ଏଥର ସିଧା ରାସ୍ତାକୁ ଓହାଇବେ ପିଲା। ଦେଖାଇବେ ଶକ୍ତି। ସରକାରଙ୍କୁ କରିବେ ପ୍ରଶ୍ନ। କେବେ ପ୍ରକାଶ ପାଇବ ପୁନଃ ବିଜ୍ଞପ୍ତି ? କେବେ ମିଳିବ ନିଯୁକ୍ତି? ଆସନ୍ତା ୫ ତାରିଖ ଦିନ ବିଧାନସଭା ଘେରିବାକୁ ସଜବାଜ ହେଲେଣି ଆଶାୟୀ ଏସଆଇ ପରୀକ୍ଷାର୍ଥୀ।
ପୁଲିସ ଏସଆଇ ପରୀକ୍ଷା ନିଯୁକ୍ତି ବିଳମ୍ବ ନେଇ ସରକାରଙ୍କ ଉଦାସୀନତା ବିରୋଧରେ ବର୍ଷିଛନ୍ତି ଷୁଡେଣ୍ଟ ଏଗନେଷ୍ଟ କରପସନ୍ର ଆବାହକ ବିଭୂତି ଭୂଷଣ ମହାପାତ୍ର। ସେ ମଙ୍ଗଳବାର ଏକ ସମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି,“ ଏ ପୁଲିସ ଏସଆଇ ପରୀକ୍ଷାର ଭବିଷ୍ୟତ କ’ଣ? ପିଲାମାନେ ଗତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ବିଭିନ୍ନ ଲାଇବ୍ରେରୀରେ, ଗଛ ତଳେ ଓ ପାର୍କରେ ୧୨ରୁ ୧୩ ଘଣ୍ଟା ତପସ୍ୟା କରି, ୫ ଟଙ୍କିଆ ଆହାର ଖାଇ ପାଠ ପଢୁଛନ୍ତି। କିନ୍ତୁ ପରୀକ୍ଷା କେବେ ହେବ ସେ ନେଇ ନା ରାଜ୍ୟ ସରକାର ନା ଓପିଆଇବି ସ୍ପଷ୍ଟ କରୁଛନ୍ତି। ତା’ହେଲେ ଏତେ ତପସ୍ୟା କରି ପିଲାମାନେ ପାଇଲେ କ’ଣ। କେବଳ ପରୀକ୍ଷା ବାତିଲ୍, ନିଯୁକ୍ତିରେ ଦୁର୍ନିତି, ଚାକିରୀ ବିକ୍ରି ? ଏହା ସହ ଏସଆଇ ନିଯୁକ୍ତି କେଳଙ୍କରୀ ନେଇ ସିବିଆଇ ତଦନ୍ତ କେଉଁ ପର୍ଯ୍ୟନ୍ତ ଗଲା? ଏଥିରେ କେଉଁ ସରକାରୀ ବାବୁ ସଂପୃକ୍ତି ଥିବା ଜଣା ପଡ଼ିଲା ବୋଲି ପ୍ରଶ୍ନ କହିଛନ୍ତି ଷୁଡେଣ୍ଟ ଏଗନେଷ୍ଟ କରପସନ୍ର ଆବାହକ ବିଭୂତି ଭୂଷଣ ମାହାପାତ୍ର।
ସରକାରଙ୍କ ଅପାରଗତାରୁ ବିଜ୍ଞପ୍ତିର ବର୍ଷେ ପରେ ବି ପରୀକ୍ଷା ହୋଇ ପାରୁ ନାହିଁ କି ନିଯୁକ୍ତି ମିଳୁ ନାହିଁ। ଏହାକୁ ବିରୋଧ କରି ଗୁରୁବାର ଦିନ ଲୋୟର ପିଏମଜିରେ ଧାରଣା ଦେବାକୁ ଚେତାବନୀ ଦେଇଛି ଷୁଡେଣ୍ଟ ଏଗନେଷ୍ଟ କରପସନ୍।
୨୦୨୫ ଜାନୁୟାରୀ ୧୭ ତାରିଖରେ ୯୩୩ଟି ଏସଆଇ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାର୍ଚ୍ଚ ୮-୯ରେ ପରୀକ୍ଷା ହେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ହଠାତ୍ ମାର୍ଚ୍ଚ ୫ ତାରିଖରେ ପରୀକ୍ଷାକୁ ବାତିଲ କରି ଦିଆଗଲା। ପୁଣି ଅକ୍ଟୋବର ୫-୬ରେ ପରୀକ୍ଷା ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେପେମ୍ବର ୨୯ରେ ଶ୍ରୀକାକୁଲମ ଯାଉଥିବା ୨ଟି ବସରୁ ଧରା ପଡ଼ିଥିଲେ ୩ ଦଲାଲଙ୍କ ସହ ୧୧୪ ଏସଆଇ ପରୀକ୍ଷାର୍ଥୀ। ୨୫ ଲକ୍ଷ ଟଙ୍କାରେ ଚାକିରି ବିକ୍ରି ହେଉଥିବା ଜଣାପଡ଼ିଥିଲା। ପ୍ରଥମେ କ୍ରାଇମବ୍ରାଞ୍ଚ ଓପରେ ସିବିଆଇ ଏହି ଦୁର୍ନୀର ତଦନ୍ତ କରିଥିଲା। ଏହା ମଧ୍ୟରେ ସିବିଆଇ ତାର ପ୍ରଥାମିକ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ୧୬ ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ ରହିଛି। ଗିରଫ ହୋଇଥିବା ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ ଲାବ୍ର ମାଲିକ ସୁରେଶ ନାୟକ ଆନ୍ତଃରାଜ୍ୟ ପରୀକ୍ଷା ଦୁର୍ନୀତିରେ ସଂପୃକ୍ତ ଥିବା ଚାର୍ଜଶିଟ୍ରେ ଉଲ୍ଲେଖ କରିଛି ସିବିଆଇ। ବିହାରର ଦୁଇ ଦଲାଲ୍ ମଧ୍ୟ ଏହି ଘଟଣାରେ ଗିରଫ ହୋଇଛନ୍ତି। ତେବେ ଏହାରି ଭିତରେ ଧରା ପଡ଼ିଥିବା ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀ ବେଲ୍ ପାଇ ଜେଲରୁ ମୁକୁଳିଛନ୍ତି।
ଗତ ସେପଟେମ୍ବର ୩୦ରୁ ପରୀକ୍ଷାକୁ ବାତିଲ କରାଗଲାଣି । ହେଲେ ସେଦିନରୁ ଅଦ୍ୟାବଧି ପରୀକ୍ଷାର ପୁନଃ ତାରିଖ ଘୋଷଣା ହେଉ ନାହିଁ। ଫଳରେ ପ୍ରାୟ ୧୦ ହଜାର ଆଶାୟୀ ଫିଜିକାଲ୍ ଫିଟନେସ୍ ସହ ନିଜକୁ ଲିଖିତ ପରୀକ୍ଷା ପାଇଁ ଦୀର୍ଘ ବର୍ଷେ ହେଲା ପ୍ରସ୍ତୁତ କରି ରଖିଛନ୍ତି। ସେପଟେ ବୟସ ଗଡ଼ି ଯାଉଛି। ଅପେକ୍ଷାର ଧୈର୍ଯ୍ୟ କମି କମି ଗଲାଣି ବୋଲି କହିଛନ୍ତି ଆଶାୟୀ। ଦୁର୍ଭାଗ୍ୟରେ କଥା ହେଲା ଏହାରି ଭିତରେ ୫ ଜଣ ଆଶାୟ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଲେଣି। କାନ୍ଧରେ ଦୁଇଟି ଷ୍ଟାର ଲଗାଇବା ଆଶା ଏବେ ଆଶାରେ ରହିଗଲା ଭଳି ମନେ ହେଉଛି ବୋଲି କହିଛନ୍ତି ଆଶାୟୀ ପୁଲିସ ଏସଆଇ ପରୀକ୍ଷାର୍ଥୀ।
ସେପଟେ ରାଜ୍ୟ ସରକାର ପୁଲିସ ଚାକିରରେ ସ୍ୱଚ୍ଛତା ପାଇଁ ଏକ କମିଶନ ଗଠନ କରିବେ ବୋଲି ଘୋଷଣା କରିଥିଲେ। ଗତ ନଭେମ୍ବରରେ Odisha Uniformed Services Staff Selection Commission (OUSSSC) ସମସ୍ତ ଗଠନ ନେଇ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ କେବଳ ଗୃହ ବିଭାଗ ନୁହେଁ, ବରଂ ଅବକାରୀ, ଜଙ୍ଗଲ, ଓ ବାଣିଜ୍ୟ ଓ ପରିହବନ ବିଭାଗ ଅଧିନରେ ଆସୁଥିବା ସମସ୍ତ ୟୁନିଫର୍ମ ପରୀକ୍ଷା ଏହି କମିଶନ ଅଧୀନରେ କରିବାକୁ ଘୋଷଣା ହୋଇଥିଲା। ତେବେ ଏହାରି ଭିତରେ ୮୦୦ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ମଞ୍ଜୁରୀ ଦେଇ ସାରିଲେଣି ସରକାର । ଏପରିସ୍ଥଳେ ଏହି ଯୁବପିଢୀଙ୍କ ଭବିଷ୍ୟତ କ’ଣ ହେବ, ତାକୁ ନେଇ ଉଠିଲାଣି ପ୍ରଶ୍ନ। ତେବେ କେବେ ପରୀକ୍ଷା କରିବ ଓପିଆରବି ସେ ନେଇ ତଥ୍ୟ ମିଳିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/03/8881-2026-02-03-20-06-15.jpg)