Advertisment

ଚାଷୀ କମ ମୂଲ୍ୟରେ ଧାନ ବିକୁଥିଲେ ରାଜନୀତି ଛାଡ଼ିଦେବି: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ମୁଁ ରାଜନୀତି ଛାଡ଼ିଦେବି।” ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଦମ୍ଭୋକ୍ତି ଦେଖାଇ କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ […]

ସୂର୍ଯ୍ୟ ପାତ୍ର ହେବେ ରାଜ୍ୟର ୨୨ତମ ବାଚସ୍ପତି

surya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ମୁଁ ରାଜନୀତି ଛାଡ଼ିଦେବି।”

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଦମ୍ଭୋକ୍ତି ଦେଖାଇ କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଚଳିତବର୍ଷ ଧାନ ସଂଗ୍ରହର ହିସାବ ଦେଇଛନ୍ତି। ସେ କହିଛନ୍ତି, “ବିରୋଧୀଙ୍କ ନିକଟରେ ତଥ୍ୟ ନଥାଇ ଅଭିଯୋଗ କରୁଛନ୍ତି। ଚଳିତ ଖରିଫ୍ ଋତୁରେ ରାଜ୍ୟରେ ଧାନ ସଂଗ୍ରହର ପରିମାଣ ବଢ଼ିଛି। ୨୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନ୍ ଧାନ ଚଳିତ ଥର ସଂଗ୍ରହ ହୋଇଛି। ଯାହା ଗତବର୍ଷ ତୁଳନାରେ ପାଖାପାଖି ୧୮ ପ୍ରତିଶତ ଅଧିକ।”

Advertisment

ସେ ଆହୁରି କହିଛନ୍ତି, “ଗତବର୍ଷ ଅପେକ୍ଷା ୨ ଲକ୍ଷ ୨୨ ହଜାର ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି। ଗତ ଖରିଫ ଋତୁରେ ୧୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ଏହାଛଡ଼ା ଧାନ ସଂଗ୍ରହ ପାଇଁ ମଣ୍ଡି ସଂଖ୍ୟା ମଧ୍ୟ ଚଳିତ ଥର ୨ ହଜାର ୯୨୯ରୁ ୩ ହଜାର ୧୩କୁ ବୃଦ୍ଧି ପାଇଛି।”

ଅନ୍ୟପକ୍ଷରେ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି, “ମଣ୍ଡିରେ କମ୍ ଦାମରେ ଧାନ ବିକ୍ରି ହେଉଥିବା ନେଇ ଦଳ ନିକଟରେ ପ୍ରମାଣ ରହିଛି। ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ଚାଷୀଙ୍କ କଟା ଘାରେ ଚୂନ ସଦୃଶ୍।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe