Advertisment

ଆସାମ ଭଳି ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍?

୨୦୧୬ରେ ଆସାମରେ ବିଜେପି ସରକାର ଆସିଲା। ପୂର୍ବ କଂଗ୍ରେସ ସରକାର ବେଳେ ରାଜ୍ୟ ଲୋକସେବା ଆୟୋଗ ଜରିଆରେ ହେଉଥିବା ପ୍ରାଶସନିକ ଅଧିକାରୀ ଓ ଅନ୍ୟ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଲା। ଏପର୍ଯ୍ୟନ୍ତ ଆସାମ ପବ୍ଲିକ ସର୍ଭିସ କମିଶନ ଜରିଆରେ ଚାକିରି ପାଇଥିବା ୫୭ ଜଣ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯିବା ସହ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ନିଯୁକ୍ତି ଦୁର୍ନିୀତିର ମୁଖ୍ୟ କାର୍ପଟଦାର ତଥା ସେତେବେଳେ କମିଶନର ଅଧ୍ୟକ୍ଷ ଥିବା ରାକେଶ କୁମାର ପଲଙ୍କୁ ମଧ୍ୟ ଜେଲରେ ୬ ବର୍ଷ ରହିବାକୁ ପଡ଼ିଛି। କିଛି ତଳିଆ କର୍ମଚାରୀ ଭିଜିଲାନସ ଦ୍ୱାରା ଜେଲ ଯାଇଥିଲେ ବି ବଡ଼ମାନେ ଧରାପଡ଼ିନାହାନ୍ତି। କିଛି ପିଲା ଦିନରାତି ପରିଶ୍ରମ କରି ଚାକିରି ପାଉନଥିବାବେଳେ କିଛି ପିଲା ଗୋଟିଏ ଗୋଟିଏ ରାକେଟ ଜରିଆରେ ଚାକିରି ପାଇଥିବା ଅଭିଯୋଗ ହେଉଛି। ନିକଟରେ ଝାରସୁଗୁଡ଼ାରେ ଏକ ନିର୍ବାଚନ ସଭାରେ ଏ ନେଇ ସଂକେତ ଦେଇଥିଲେ ବିଜେପିର ଜାତୀୟ ନେତା ତଥା ଆସାମର ପ୍ରଭାରୀ ବୈଜୟନ୍ତ ପଣ୍ଡା।

Odisha Job Scam Odisha Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe