ଅପରାହ୍ଣରୁ ଆରମ୍ଭ ହେବ ପବନ, ଧୀରେ ଧୀରେ ଜୋର୍‌ ଧରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ଆଜି ଅପରାହ୍ଣରୁ ଉପକୂଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନ ଆରମ୍ଭ ହୋଇଯିବ। ଆରମ୍ଭରୁ ଏହାର ବେଗ ୬୦ରୁ ୭୦ କିମି ରହିବ। ହେଲେ ସମୟ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୧୨୦ରୁ ୧୩୦ କିମି ହୋଇଯିବ। ରାତି ପରଠାରୁ ଏହାର ବେଗ ଘଣ୍ଟାପ୍ରତି ୧୪୫ କିମି […]

Cyclone_001

Cyclone_001

Rakesh Mallick
  • Published: Wednesday, 10 October 2018
  • Updated: 10 October 2018, 05:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ଆଜି ଅପରାହ୍ଣରୁ ଉପକୂଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନ ଆରମ୍ଭ ହୋଇଯିବ।

ଆରମ୍ଭରୁ ଏହାର ବେଗ ୬୦ରୁ ୭୦ କିମି ରହିବ। ହେଲେ ସମୟ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୧୨୦ରୁ ୧୩୦ କିମି ହୋଇଯିବ। ରାତି ପରଠାରୁ ଏହାର ବେଗ ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି।

ସେହିପରି ଉତ୍ତର ଓଡ଼ିଶା ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ରାତିରେ ୭୦ରୁ ୮୦ କିମି ବେଗରେ ପବନ ହେବ। ବେଳେ ବେଳେ ଏହା ୯୦ କିମି ପର୍ଯ୍ୟନ୍ତ ହୋଇପାରେ।

ସୂଚନାଯୋଗ୍ୟ, ଏବେ ସମୁଦ୍ର ମଧ୍ୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହୁଛି। ଅପରାହ୍ଣ ବେଳକୁ ଏହାର ବେଗ ୧୫୫କିମି ହୋଇଯିବା ନେଇ ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos