Advertisment

ମଦ ବେପାରୀକୁ ଧରି ପୁଲିସ ଜିମା ଦେଲେ ମହିଳା

ଗଜପତି (ମିହିର ଯତି): ରାଗିଗଲେ ଶତାଧିକ ମହିଳା। ଆଉ ତା’ପରେ ଜଣେ ମଦ ବ୍ୟବସାୟୀଙ୍କୁ ଧରି ଅବକାରୀ ଓ ପୁଲିସ ବିଭାଗର ହାତରେ ଜିମା ଦେଇଦେଲେ। ଆଜି ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ଗିରଫ ହୋଇଥିବା ମଦ ବ୍ୟବସାୟୀ ଜଣକ ହେଉଛନ୍ତି ସରୋଜ ନାୟକ। ତାଙ୍କ ପାଖରୁ ୧୦୦ ଲିଟରରୁ ଉର୍ଦ୍ଧ୍ୱ ରନ୍ଧା ଦେଶୀ ମଦ ଜବତ ହୋଇଛି। ତେବେ ଦିନ ଧରି ଏଠାରେ ମଦ କାରବାର ଚାଲୁଥିଲା, […]

author-image
Puspanjali Panda
ଅଦ୍ୟତନ ହୋଇଛି
ମଦ ବେପାରୀକୁ ଧରି ପୁଲିସ ଜିମା ଦେଲେ ମହିଳା

mada

ଗଜପତି (ମିହିର ଯତି): ରାଗିଗଲେ ଶତାଧିକ ମହିଳା। ଆଉ ତା’ପରେ ଜଣେ ମଦ ବ୍ୟବସାୟୀଙ୍କୁ ଧରି ଅବକାରୀ ଓ ପୁଲିସ ବିଭାଗର ହାତରେ ଜିମା ଦେଇଦେଲେ। ଆଜି ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

Advertisment

ଗିରଫ ହୋଇଥିବା ମଦ ବ୍ୟବସାୟୀ ଜଣକ ହେଉଛନ୍ତି ସରୋଜ ନାୟକ। ତାଙ୍କ ପାଖରୁ ୧୦୦ ଲିଟରରୁ ଉର୍ଦ୍ଧ୍ୱ ରନ୍ଧା ଦେଶୀ ମଦ ଜବତ ହୋଇଛି। ତେବେ ଦିନ ଧରି ଏଠାରେ ମଦ କାରବାର ଚାଲୁଥିଲା, ତାହା ଉପରେ ପୁଲିସ ତଦନ୍ତ କରୁଛି।

ଏନେଇ ଜଣେ ମହିଳା କହିଛନ୍ତି, ଗତ ୯ ତାରିଖଠାରୁ ଗୋବିନ୍ଦପୁର ଗାଁରେ ମଦ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। କିନ୍ତୁ ବାରମ୍ୱାର ମନା କରିବା ସତ୍ତ୍ୱେ ଚୋରାରେ ମଦ ବିକ୍ରି ହେଉଥିଲା। ୫ ଦିନ ଧରି ଆମେ ଏହି ମଦ ବେପାରୀକୁ ଧରିବା ପାଇଁ ଚେଷ୍ଟା କରୁଥିଲୁ। ହେଲେ ସେ ଖସି ପଳାଉଥିଲା। ଆଜି ତାକୁ ଧରିବାରେ ସଫଳ ହୋଇଛୁ। ଯେଉଁ ପର୍ଯ୍ୟନ୍ତ ମଦ ବନ୍ଦ ହୋଇନାହିଁ, ଏହିଭଳି ଆନ୍ଦୋଳନ ଚାଲୁ ରହିବ।”

Advertisment