Advertisment

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ। ଆଜି ଏପରି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ସେ କହିଛନ୍ତି ଯେ, ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ। ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ସେହିପରି ସିସିଟିଭି ସ୍କାନରରେ ମହାତ୍ମା […]

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା

assemble

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ। ଆଜି ଏପରି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ।

Advertisment

ସେ କହିଛନ୍ତି ଯେ, ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ। ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ସେହିପରି ସିସିଟିଭି ସ୍କାନରରେ ମହାତ୍ମା ଗାନ୍ଧୀ ମାର୍ଗ ରହିବ। ଏହା ସହ ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୁପ ଟଫ୍ ସିକ୍ୟୁରିଟି, ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ।

ବିଧାନସଭା ସମୟରେ ଯେଉଁମାନେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତାହା ଅପରାଧ। ଏଣୁ ଗଣତାନ୍ତ୍ରିକ ଉପାୟରେ ଦାବି ଜଣାନ୍ତୁ ବୋଲି ସିପି ଅପିଲ କରିଛନ୍ତି। ଆସନ୍ତାକାଲିଠୁ ବିଧାନସଭା ଶେଷ ଯାଏଁ ସଂଲଗ୍ନ ଚତୁଃପାର୍ଶ୍ୱ ରାସ୍ତାକୁ ସିଲ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Advertisment

ଆଜି ପୁଲିସ ଡିଜି ସୁନିଲ ବଂଶଲ ବିଧାନସଭା ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ତାଙ୍କ ସହିତ ଆଇନ ଶୃଙ୍ଖଳା ଏଡ଼ିଜି , ଗୁଇନ୍ଦା ଡ଼ିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe