ବିଧାନସଭା ଶୀତ ଅଧିବେଶନ: ୩୩ ଦିନ ଚାଲିଥା’ନ୍ତା, ମାତ୍ର ୮ଦିନରେ ବନ୍ଦ କରିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ଅବଧିର ୨୫ଟି କାର୍ଯ୍ୟଦିବସ ଥାଇ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ନିର୍ଦ୍ଧାରିତ ୩୩ଟି କାର୍ଯ୍ୟଦିବସ ବଦଳରେ ମାତ୍ର ୮ଟି କାର୍ଯ୍ୟଦିବସ ଚଳିତ ଅଧିବେଶନରେ ସମ୍ଭବପର ହୋଇପାରିଛି । ଆଉ ମୁଖ୍ୟ ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନେଇଛନ୍ତି । ଶାସକ ଦଳର ସଂଖ୍ୟା ବଳ ଆଧାରରେ […]

Assembly

Assembly

Ordigital Desk
  • Published: Friday, 02 December 2022
  • Updated: 02 December 2022, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ଅବଧିର ୨୫ଟି କାର୍ଯ୍ୟଦିବସ ଥାଇ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ନିର୍ଦ୍ଧାରିତ ୩୩ଟି କାର୍ଯ୍ୟଦିବସ ବଦଳରେ ମାତ୍ର ୮ଟି କାର୍ଯ୍ୟଦିବସ ଚଳିତ ଅଧିବେଶନରେ ସମ୍ଭବପର ହୋଇପାରିଛି । ଆଉ ମୁଖ୍ୟ ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନେଇଛନ୍ତି । ଶାସକ ଦଳର ସଂଖ୍ୟା ବଳ ଆଧାରରେ ବାଚସ୍ପତି ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଅଧିବେଶନ ସମୟରେ ଗୃହକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଅଧିବେଶନ ଆରମ୍ଭ ଦିନ ଓ ଆଜି ଶେଷ ଦିନରେ ମାତ୍ର କିଛି ସମୟ ପାଇଁ ଆସିଥିବା ଦେଖିବାକୁ ମିଳିଛି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଥିଲେ । ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରହିଥିଲା । ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ଭବପର ହୋଇନଥିବାବେଳେ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଉ ଏହି ବିଲ୍ ଗୃହୀତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଶୀତ ଅଧିବେଶନକୁ ଶେଷ କରିବାକୁ ବିଧିବଦ୍ଧ ପ୍ରସ୍ତାବ ଆଗତ କରିବା ପରେ ଶାସକ ଦଳ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉକ୍ତ ପ୍ରସ୍ତାବକୁ ଗୃହୀତ କରି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ଚଳିତ ବିଧାନସଭା ଶୀତ ଅଧିବେଶନ ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିଥିବାର ଥିବାବେଳେ ମୋଟ ୮ଟି କାର୍ଯ୍ୟଦିବସରେ ଏହାକୁ ବନ୍ଦ କରିଦିଆଯାଇଛି । ଚଳିତ ଅଧିବେଶନରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ମୋଟ ୩ଟି ବିଲ୍ ଗୃହୀତ ଓ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଅତିରିକ୍ତ ବଜେଟ୍ ଉପରେ ଗୃହରେ ଦୁଇଦିନ ଧରି ଆଲୋଚନା ମଧ୍ୟ ହୋଇଛି । ତେବେ ଶିକ୍ଷକଙ୍କ ଆନ୍ଦୋଳନ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ଧାରଣା, ଚାଷୀଙ୍କ ପ୍ରସଙ୍ଗ ଆଦିକୁ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଯୋଗୁ ଅଧିବେଶନ ବେଶ୍ ସରଗରମ ରହିଥିଲା ।

ସୂଚନାଯୋଗ୍ୟ, ନବୀନଙ୍କ ପଂଚମ ପାଳିର ସରକାର ଅବା ଷୋଡ଼ଶ ବିଧାନସଭାରେ ଶୀତକାଳୀନ ଅଧିବେଶନର ଅବଧି କ୍ରମାଗତ ଭାବେ ଅଧିକ ଦିନ ପାଇଁ ଉଦ୍ଦିଷ୍ଟ ରହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଗୃହ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ଚାଲିପାରୁନି । ଶାସକ ଦଳ ନିଜର ସଂଖ୍ୟାବଳ ଆଧାରରେ ଗୃହକୁ ଏକତରଫା ଭାବେ ବନ୍ଦ କରିଦେଉଛି । ୨୦୧୯ ମସିହାରେ ଶୀତ ଅଧିବେଶନ ନିର୍ଦ୍ଧାରିତ ୩୦ ଦିନ ପରିବର୍ତ୍ତେ ମାତ୍ର ୧୩ ଦିନ , ୨୦୨୦ ମସିହାରେ ଶୀତ ଅଧିବେଶନ ନିର୍ଦ୍ଧାରିତ ୪୦ ଦିନ ପରିବର୍ତ୍ତେ ୯ ଦିନ ଓ ୨୦୨୧ ମସିହାରେ ଶୀତ ଅଧିବେଶନ ନିର୍ଦ୍ଧାରିତ ୨୬ ଦିନ ପରିବର୍ତ୍ତେ ମାତ୍ର ୯ ଦିନ ଚାଲି ପାରିଥିଲା । ୨୦୨୨ ଶୀତ ଅଧିବେଶନରେ ଗୃହ ୩୩ଦିନ ପରିବର୍ତ୍ତେ ୮ଦିନ ଚାଲିଛି । ଚଳିତ କ୍ୟାଲେଣ୍ଡର ବର୍ଷରେ ଗୃହ ମୋଟ ୩୭ଦିନ ଚାଲିବା ସମ୍ଭବପର ହୋଇପାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story