Advertisment

ଆଖିରେ ଆଖିଏ ଲୁହ ଧରି ବ୍ରତ ପାଳିଲେ ଦୁଇ ସାବିତ୍ରୀ!

ପରିବାରଠାରୁ ଅଲଗା ହୋଇଥିଲେ ମଧ୍ୟ ଆଜି ଉଭୟ ପାଳିଛନ୍ତି ସାବିତ୍ରୀ ବ୍ରତ। ଆଉ ସ୍ୱାମୀଙ୍କ ଦୀର୍ଘାୟୂ ପାଇଁ ଭଗବାନଠାରେ କରିଛନ୍ତି ପ୍ରାର୍ଥନା। ସାବିତ୍ରୀରେ ଏମିତି ଦୁଃଖଦ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରୁ।

ଅଦ୍ୟତନ ହୋଇଛି
two cheated women Savitri Brata for Husband

two cheated women Savitri Brata for Husband

Advertisment

ଇଏ ହେଉଛନ୍ତି ଦୁଇ ସାବିତ୍ରୀ! ନାଁ ଜୟମଣୀ ନାୟକ ଓ ପାର୍ବତୀ ଦାସ। ପ୍ରେମ କରି ବିବାହ କରିଥିଲେ। ବହୁ ବାଦ ବିବାଦ ଭିତରେ ଘର ସଂସାର ଗଢ଼ିଥିଲେ। ହେଲେ ବେଶୀ ଦିନ ତିଷ୍ଠି ପାରିନଥିଲା ଖୁସି। ବିବାହ ନୂଆ ରୂପ ନେବା ପୂର୍ବରୁ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପରିବାରଠାରୁ ଅଲଗା ହୋଇଥିଲେ ମଧ୍ୟ ଆଜି ଉଭୟ ପାଳିଛନ୍ତି ସାବିତ୍ରୀ ବ୍ରତ। ଆଉ ସ୍ୱାମୀଙ୍କ ଦୀର୍ଘାୟୂ ପାଇଁ ଭଗବାନଠାରେ କରିଛନ୍ତି ପ୍ରାର୍ଥନା। ସାବିତ୍ରୀ ବ୍ରତରେ ଏମିତି ଦୁଃଖଦ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରୁ।

Advertisment

ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ଚକଲାପଦର ଗାଁର ଜୟମଣୀ ନାୟକ। ପାଠ ପାଢ଼ିବା ବେଳେ ପ୍ରେମଲାଲ ଯାଦବଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଭିନ୍ନ ଜାତିରେ ହୋଇଥିବାରୁ ପରିବାର ଲୋକେ ଗ୍ରହଣ କରିନଥିଲେ। ତେଣୁ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ସାହିଭାଇଙ୍କ ସହିତ ଆଲୋଚନା ପରେ ପ୍ରେମଲାଲ୍‌ଙ୍କ ପରିବାର ଲୋକେ ଜୟମଣୀଙ୍କୁ ଘରକୁ ଆଣିଥିଲେ। ଆଉ ବୈଦିକ ରୀତିନୀତିରେ ପୁଣି ଥରେ ହୋଇଥିଲା ବାହାଘର। ପରେ ଜୟମଣୀ ଶାଶୂ ଘରେ ସଂସାର ଗଢ଼ି ଥିଲେ। ଉଭୟଙ୍କ ଔରଷରୁ ଝିଅଟିଏ ଜନ୍ମ ହୋଇଥିଲା। ବେଶ ହସଖୁସିରେ ଚାଲିଥିଲା ସଂସାର। ହଠାତ୍‌ ସେହି ସଂସାରରେ ଲାଗିଲା କାହାର ନଜର। ସାତ ଜନମର ସାଥୀଙ୍କୁ ଛାଡ଼ି ପ୍ରେମଲାଲ କେଉଁଆଡେ ଚାଲିଗଲେ। ତା’ପରେ ଆରମ୍ଭ ହେଲା ଜୟମଣୀଙ୍କ ଉପରେ ନିର୍ଯାତନା। ତେବେ ନିର୍ଯାତନା ଅସହ୍ୟ ହେବାରୁ ୫ ମାସ ତଳେ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ନମିଳିବାରୁ ନୂଆ ଠିକଣା ଖୋଜିବାରେ ଲାଗିଲେ।  

ଜୟମଣୀଙ୍କ ପରି ଫୁପୁଗାଁ ଗାଁର ପାର୍ବତୀ ଦାସଙ୍କ ଜୀବନ ଦୁଃଖ ଓ ଯନ୍ତ୍ରଣା ଦାୟକ। ସେ କାର୍ତ୍ତିକ ଦାସଙ୍କୁ ପ୍ରେମ କରୁଥିଲେ। ପରେ କୋରାପୁଟ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ। ହେଲେ ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ପରିବାର ଲୋକେ ଗ୍ରହଣ କରିନଥିଲେ। ବହୁ ଆଲୋଚନା ପରେ ପାର୍ବତୀ ଶାଶୂ ଘରକୁ ଫେରିଥିଲେ। କିନ୍ତୁ ଅନ୍ତରର ସହ କାର୍ତ୍ତିକଙ୍କ ପରିବାର ଗ୍ରହଣ କରୁନଥିଲେ। ଶେଷରେ କାର୍ତ୍ତିକ ନିଜ ଜୀବନସାଥୀ ପାର୍ବତୀଙ୍କୁ  ଜଙ୍ଗଲ ପଖରେ ଥିବା ଗୋଦାମ ଘରେ ଛାଡି ଆସିଥିଲେ। ଦୁଃଖ ସହ୍ୟ କରି ସେହି ଗୋଦାମ ଘରେ ରହୁଥିଲେ। ସେହିଠାରେ ପାର୍ବତୀ ଝିଅ ଜନ୍ମ କରିଥିଲେ। ଧୀରେ ଧୀରେ ଝିଅ ବଢ଼ିଲା। ଏବେ ଝିଅକୁ ୧୧ ବର୍ଷ ହେଲାଣି। ପାଠ ପଢ଼ିବାକୁ ଚାହିଁଲା। ତେଣୁ ଝିଅକୁ ସ୍କୁଲରେ ନାମ ଲେଖାଇବାକୁ ଚାହିଁଥିଲେ ପାର୍ବତୀ। ହେଲେ କାର୍ତ୍ତିକଙ୍କ ପରିବାର ଲୋକେ ତାଙ୍କୁ ନାମ ଲେଖାଇବାକୁ ଦେଲେନାହିଁ। 

Advertisment

ପାର୍ବତୀଙ୍କୁ ଗୋଦାମ ଘରୁ ବାହାର କରିଦେଇଥିଲେ। କିଛି ଉପାୟ ନପାଇ ପାର୍ବତୀ ବାପ ଘରକୁ ଫେରିଥିଲେ। ଏନେଇ ପାର୍ବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଫୁପୁଗାଁ ପାଖରେ ଗୋଟିଏ କୁଡ଼ିଆ କରି ରହୁଥିଲେ। ହେଲେ ସ୍ଥାନୀୟ ଲୋକ ତାଙ୍କ କୁଡ଼ିଆରେ ନିଆଁ ଲଗାଇ ଦେଇଥିଲେ। କିଛି ଉପାୟ ନପାଇ ଝିଅକୁ ଧରି ଆଶ୍ରୟ ଖୋଜୁଥିଲେ ପାର୍ବତୀ।  

ଜୟମଣୀ ଓ ପାର୍ବତୀଙ୍କ ଦୁଃଖଦାୟକ କଥା ସାମ୍ନାକୁ ଆସିବା ପରେ ସହାୟତାରେ ହାତ ବଢ଼ାଇଥିଲେ ସମାଜସେବୀ ହାରାବତୀ ଗଣ୍ଡ। ଏବେ ତାଙ୍କ ପାଖରେ ଏହି ଦୁଇ ଅସହାୟ ମହିଳା ରହୁଛନ୍ତି। ଜୟମଣୀ ଓ ପାର୍ବତୀଙ୍କ ନୂଆ ଠିକଣା ପାଲଟିଛି ହାରାବତୀଙ୍କ ଘର। ଗତ ଦୁଇ ମାସ ହେଲେ ଦୁଇ ମହିଳା ରହୁଛନ୍ତି। କିନ୍ତୁ ଭୁଲି ନାହାନ୍ତା ଓଡ଼ିଆ ସଂସ୍କୃତି ଓ ପରମ୍ପରା। ନାନା ନିର୍ଯାତନା ସହି ଶାଶୂ ଘରୁ ତଡ଼ା ଖାଇଥିଲେ ସୁଦ୍ଧା ଆଜି ଉଭୟ ପାଳିଛନ୍ତି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ନିର୍ଘାୟୁ କାମନା ପାଇଁ ଭଗବାନଙ୍କ ପାଖରେ ପୂଜା କରିଛନ୍ତି।

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Odisha Savitri Brata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe