‘ଲକଡାଉନ୍ ସରିବା ବେଳକୁ କୋଭିଡ୍ ସଂକ୍ରମଣ ହାର ୫%କୁ ଖସି ଆସିଥିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ହାର ୧୦.୫୧ ପ୍ରତିଶତ ରହିଛି ଓ ଲକଡାଉନ୍ ସରିବା ବେଳକୁ ଏହି ହାର ୫%କୁ ଖସି ଆସିଥିବ। ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଛି। ଏହା ଏବେ […]

Corona2

Ordigital Desk
  • Published: Saturday, 05 June 2021
  • , Updated: 05 June 2021, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ହାର ୧୦.୫୧ ପ୍ରତିଶତ ରହିଛି ଓ ଲକଡାଉନ୍ ସରିବା ବେଳକୁ ଏହି ହାର ୫%କୁ ଖସି ଆସିଥିବ। ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଛି। ଏହା ଏବେ ୧୦% ପାଖାପାଖି ଅଛି । ଏଭଳି ହ୍ରାସ ଜାରି ରହିଲେ ଧୀରେ ଧୀରେ ଲକଡାଉନକୁ କୋହଳ କରାଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ। ରାଜ୍ୟରେ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ରହିବ। ରାଜ୍ୟ ସରକାର ମେ’ ୫ତାରିଖରୁ ରାଜ୍ୟରେ ଲକଡାଉନ୍ ଲାଗୁ କରିଛନ୍ତି । ତେବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ମେ’ ୩୦ତାରିଖରେ ଏହି ଲକଡାଉନ୍ ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଥିଲା।

ରାଜ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ଯେ, ଏବେ ଖୋର୍ଦ୍ଧା ଓ କଟକରେ କୋଭିଡ୍ ସଂକ୍ରମଣ ହାର ଅଧିକ ରହୁଛି । ସଂକ୍ରମଣ ଅଧିକ ରହିଲେ କଟକଣା ଆବଶ୍ୟକ ପଡ଼ିପାରେ। ତେବେ ଲକଡାଉନ୍ ସରିବାବେଳକୁ ସଂକ୍ରମଣ ହାର ୫%କୁ ଖସି ଆସିଥିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଗତ ୧୪ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ହାର ୨୧.୧୫ରୁ ୧୦.୬୪ ପ୍ରତିଶତକୁ ହ୍ରାସ ପାଇଛି। ମେ’ ୨୨ ତାରିଖରେ ରାଜ୍ୟରେ ସଂକ୍ରମଣ ହାର ୨୧.୧୫% ରହିଥିଲା। ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲାରେ ମଧ୍ୟ ୪୨.୪୬ ପ୍ରତିଶତ ହ୍ରାସ ହୋଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ମୋଟ ୭୮୯୮୭ଜଣ ସକ୍ରିୟ କରୋନା ସଂକ୍ରମିତ ରୋଗୀ ଅଛନ୍ତି । ଏବେ ସୁଦ୍ଧା ୨୯୫୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮.୦୬ଲକ୍ଷ ରୋଗୀ ସଂକ୍ରମଣ ହୋଇଛନ୍ତି।

Related story