Advertisment

ଭଙ୍ଗା ଯିବନି, ସାଇତା ହୋଇ ରହିବ ଶ୍ରୀଜିଉଙ୍କ ତିନି ରଥ

ପୁରୀ(ମଧୁସୂଦନ ମିଶ୍ର): ଚଳିତ ବର୍ଷ  କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ। ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜିଉଙ୍କ ତିନି ରଥ ସାଇତା ହୋଇ ରହିବ। ଚଳିତ ବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗା ନଯାଇ ଏହା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ […]

ଅଦ୍ୟତନ ହୋଇଛି
ଭଙ୍ଗା ଯିବନି, ସାଇତା ହୋଇ ରହିବ ଶ୍ରୀଜିଉଙ୍କ ତିନି ରଥ

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ଚଳିତ ବର୍ଷ  କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ। ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜିଉଙ୍କ ତିନି ରଥ ସାଇତା ହୋଇ ରହିବ। ଚଳିତ ବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗା ନଯାଇ ଏହା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତି ରଖାଯିବାର ବ୍ୟବସ୍ଥା କରାଯାଉଛି।

Advertisment

ଜଗନ୍ନାଥ ବଲ୍ଲଭରେ ସ୍ଥାନ ମାପଚୁପ ପରେ ତିନି ରଥକୁ ଖୋଲାଯିବ। ତେବେ ରଥ ଖଳାରୁ ରଥର ବିଭିନ୍ନ ଅଂଶକୁ ଖୋଲାଯାଇ ଜଗନ୍ନାଥ ବଲ୍ଲଭରେ ପୁଣି କେମିତି ଯୋଡାଯିବ ସେ ନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଛି। ଛତିଶା ନିଯୋଗ ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି।

ସୂଚନା ଯୋଗ୍ୟ, କରୋନା ଯୋଗୁ ଚଳିତବର୍ଷ ଭକ୍ତଶୂନ୍ୟ ରଥଯାତ୍ରା ହୋଇଥିଲା। କେବଳ ସେବାୟତ ଓ ପୁଲିସ୍‌ କର୍ମଚାରୀଙ୍କ ଉପସ୍ଥିତିରେ ରଥ ଟଣା ସମ୍ପନ୍ନ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe