Advertisment

କାମୁଡ଼ିଲା ସାପ; ଡାକ୍ତରଖାନା ନ ଯାଇ ମନ୍ଦିରରେ ଅଧିଆ ପଡ଼ିଛନ୍ତି

ଯାଜପୁର(ଅଭୟ ପତି): ଅନ୍ଧ ବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଯାଜପୁର କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁରେ। ସାପ କାମୁଡ଼ି ଦେବା ପରେ ଚିକିତ୍ସା ହେବାକୁ ଅମଙ୍ଗ ଜଣେ ବ୍ୟକ୍ତି ଗତକାଲିଠୁ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ପୂଜା ପାଠ ଦ୍ୱାରା ତାଙ୍କ ଦେହରୁ ବିଷ ଝାଡ଼ିବାକୁ ଉଦ୍ୟମ ଚାଲିଛି। ଏଥିସହ ଭଜନକୀର୍ତ୍ତନ ବି ଚାଲିଛି। ଖବର ପାଇ ତାଙ୍କୁ ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ବି ଯାଇଥିଲା। ହେଲେ ସେ ଡାକ୍ତରଖାନା […]

ଅଦ୍ୟତନ ହୋଇଛି
କାମୁଡ଼ିଲା ସାପ; ଡାକ୍ତରଖାନା ନ ଯାଇ ମନ୍ଦିରରେ ଅଧିଆ ପଡ଼ିଛନ୍ତି

snake-1.2..

Advertisment

ଯାଜପୁର(ଅଭୟ ପତି): ଅନ୍ଧ ବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଯାଜପୁର କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁରେ। ସାପ କାମୁଡ଼ି ଦେବା ପରେ ଚିକିତ୍ସା ହେବାକୁ ଅମଙ୍ଗ ଜଣେ ବ୍ୟକ୍ତି ଗତକାଲିଠୁ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ପୂଜା ପାଠ ଦ୍ୱାରା ତାଙ୍କ ଦେହରୁ ବିଷ ଝାଡ଼ିବାକୁ ଉଦ୍ୟମ ଚାଲିଛି। ଏଥିସହ ଭଜନକୀର୍ତ୍ତନ ବି ଚାଲିଛି। ଖବର ପାଇ ତାଙ୍କୁ ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ବି ଯାଇଥିଲା। ହେଲେ ସେ ଡାକ୍ତରଖାନା ଆସିବାକୁ ମନା କରିଦେଇଥିଲେ ବୋଲି ଜଣାପଡ଼ିଛି।

Advertisment

publive-image

ସୂଚନାଯୋଗ୍ୟ, ଯେଉଁ ବ୍ୟକ୍ତିଙ୍କୁ ସାପ କାମୁଡ଼ିଛି ସେ ହେଲେ ରମାକାନ୍ତ ନାୟକ। ସେ ଗତକାଲି ବିଲକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ମାତ୍ର ଚିକିତ୍ସା ନିମନ୍ତେ ସେ ମେଡିକାଲ ଯିବାକୁ ଅମଙ୍ଗ ହୋଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ନେଇ ମନ୍ଦିରରେ ଅଧିଆ ପକାଇଥିଲେ।  ତାଙ୍କ ଦେହରୁ ବିଷ ବାହାର କରିବାକୁ ମନ୍ଦିରରେ କାଲିଠୁ ଯଜ୍ଞ ଓ ପୂଜାପାଠ ମଧ୍ୟ ଚାଲିଛି । ରମାକାନ୍ତଙ୍କ ସହ ତାଙ୍କ ପତ୍ନୀ ବି ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି । ଖବର ପାଇ ଆଜି ପୁଲିସ୍‌ ଟିମ୍‌ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ଜଣାଯାଇଛି।  ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe