Advertisment

ରାତିରେ ଶୋଇଥିଲେ, ଦଳିଦେଲା ହାତୀ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ରାତିରେ ଶୋଇଥିବା ଅବସ୍ଥାରେ ଦଳିଦେଲା ହାତୀ। ଏଭଳି ଅଘଟଣ ଘଟିଛି କୁଚିଣ୍ଡା ଭୋଜପୁର ରେଂଜ ଗଡ଼ାକୁନା ଗାଁ ଅଖରାଦାନ ପଡ଼ାରେ। ହାତୀ ଆକ୍ରାମଣରେ ମା’ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଉକ୍ତ ଗୁରୁତର ବାପା ଓ ମୃତ ମା’ ଏବଂ ପୁଅ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଗତ ରାତିରେ ଇଟାଭାଟିରେ କାମ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାତିରେ ଶୋଇଥିଲେ, ଦଳିଦେଲା ହାତୀ

elephant

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ରାତିରେ ଶୋଇଥିବା ଅବସ୍ଥାରେ ଦଳିଦେଲା ହାତୀ। ଏଭଳି ଅଘଟଣ ଘଟିଛି କୁଚିଣ୍ଡା ଭୋଜପୁର ରେଂଜ ଗଡ଼ାକୁନା ଗାଁ ଅଖରାଦାନ ପଡ଼ାରେ। ହାତୀ ଆକ୍ରାମଣରେ ମା’ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ ଉକ୍ତ ଗୁରୁତର ବାପା ଓ ମୃତ ମା’ ଏବଂ ପୁଅ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଗତ ରାତିରେ ଇଟାଭାଟିରେ କାମ ସାରି ନିକଟସ୍ଥ ଏକ କୁଡିଆରେ ତିନି ଜଣ ଶୋଇଥିଲେ। ଏହି ସମୟରେ ହାତୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଶୋଇଥିବା ଅବସ୍ଥାରେ ହିଁ ମା’ ଓ ପୁଅକୁ ଦଳି ମାରିଥିଲା ଦନ୍ତା । ସପଟେ ଏହି ଅକ୍ରମଣରେ ବାପା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟରେ ବନଖଣ୍ଡ ଅଧିକାରୀ ଏବଂ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Elephant Attack