Advertisment

କିସ୍ତି ଶୁଝି ପାରିଲେନି, ଜୀବନ ହାରିଲେ

ଯାଜପୁର(ଓଡ଼ିଶା ରିପୋର୍ଟର): କିସ୍ତି ଟଙ୍କା ଶୁଝି ନ ପାରିବାରୁ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ସାପାଗଡ଼ିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପାଗଡ଼ିଆ ଗାଁର ଦୀନବନ୍ଧୁ ମଣ୍ଡଳ। ଦୀନବନ୍ଧୁ ଘରୋଇ ବ୍ୟାଙ୍କରୁ ଋଣ ଆଣିଥିଲେ। ଗତ କିଛିଦିନ ହେବ ଦୀନବନ୍ଧୁ କାମଧନ୍ଦା କରୁ ନ ଥିବାରୁ ଋଣ ଟଙ୍କା ସୁଜି ପାରୁନଥିଲେ। ଆଜି ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା […]

କିସ୍ତି ଶୁଝି ପାରିଲେନି, ଜୀବନ ହାରିଲେ

sucide

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): କିସ୍ତି ଟଙ୍କା ଶୁଝି ନ ପାରିବାରୁ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ସାପାଗଡ଼ିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପାଗଡ଼ିଆ ଗାଁର ଦୀନବନ୍ଧୁ ମଣ୍ଡଳ।

Advertisment

ଦୀନବନ୍ଧୁ ଘରୋଇ ବ୍ୟାଙ୍କରୁ ଋଣ ଆଣିଥିଲେ। ଗତ କିଛିଦିନ ହେବ ଦୀନବନ୍ଧୁ କାମଧନ୍ଦା କରୁ ନ ଥିବାରୁ ଋଣ ଟଙ୍କା ସୁଜି ପାରୁନଥିଲେ। ଆଜି ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା ଦେବାର ଥିବା ବେଳେ ସେ ଦେଇ ପାରିନଥିଲେ। ଏନେଇ ଆଜି ସକାଳେ ଦୀନବନ୍ଧୁଙ୍କ ସହ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସାବିତ୍ରୀ ପୁଅକୁ ସ୍କୁଲକୁ ଆଣିବାକୁ ଯାଇଥିବା ବେଳେ  ଦୀନବନ୍ଧୁ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସାବିତ୍ରୀ ଘରକୁ ଫେରି ସ୍ୱାମୀ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଯାଜପୁର ପୁଲିସ ପହଞ୍ଚି ଘଟଣା ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe