Advertisment

Love Marriage: ପ୍ରେମ କରି ଘରୁ ପଳାଇ ବାହା ହୋଇଥିଲା ଝିଅ, ତା’ପରେ...

ଝିଅର ପ୍ରେମ ପାଇଁ ମାଡ଼ ଖାଇଲେ ମାଆ, ମାଉସୀ, ଆଈ ଓ ପଡ଼ୋଶୀ। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ। ଏନେଇ ପରିବାର ପକ୍ଷରୁ ସାବରଙ୍ଗ ଥାନାରେ ଅଭିଯୋଗ କରାଯାଇଛି।

author-image
Jitendra Garnayak
Love

ଝିଅର ପ୍ରେମ ପାଇଁ ମାଡ଼ ଖାଇଲେ ମାଆ, ମାଉସୀ, ଆଈ ଓ ପଡ଼ୋଶୀ। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ସେମାନେ। ଏନେଇ ପରିବାର ପକ୍ଷରୁ ସାବରଙ୍ଗ ଥାନାରେ ଅଭିଯୋଗ କରାଯାଇଛି।

Advertisment

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ କେଶପୁରର ସସ୍ମିତା ପଣ୍ଡାଙ୍କ ଝିଅ ଦୁଇ ମାସ ତଳେ ଘରୁ ଚାଲିଯାଇ ବେନ୍ତାଳ ଗ୍ରାମରେ ପ୍ରେମ ବିବାହ କରିଥିଲେ।  ବେନ୍ତାଳରେ ପୂର୍ବରୁ ସସ୍ମିତାଙ୍କ ସାନ ଭଉଣୀ ରଶ୍ମିତା ବିବାହ କରିଥିଲେ। ଝିଅକୁ ଘରକୁ ଫେରାଇ ଆଣିବାକୁ ଥାନା ଠାରୁ ଆରମ୍ଭ କରି ସବୁଆଡେ ଆପ୍ରାଣ ଉଦ୍ୟମ କରିଥିଲେ ସସ୍ମିତା ଓ ତାଙ୍କ ଭଉଣୀ ରଶ୍ମିତା। ଏନେଇ ପୁଅ ଘରର ସହିତ ସବୁବେଳେ ପାଟି ମୁଣ୍ଡ ଲାଗି ରହୁଥିଲା।

ଗତକାଲି ଅପରାହ୍ନରେ ରଶ୍ମିତା ଗାଁରେ ଗ୍ରୁପ ଲୋନ ଆଣିବାକୁ ଯାଉଥିବା ସମୟରେ ସେହି ପୁଅ, ତା ବାପା ଓ ମାଆ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଯାହାର ଭିଡିଓ ଭାଇରଲ ହୋଇଛି।

Advertisment

ଏହି ଖବର ପାଇ ଏନେଇ ପଡ଼ୋଶୀଙ୍କ ବାଇକ୍‌ରେ ବରଙ୍ଗ ଥାନାରେ ଅଭିଯୋଗ ପାଇଁ ଯାଉଥିବା ସମୟରେ ପୁଅ ଘର ଲୋକେ ଝିଅର ମାଆ ସସ୍ମିତା, ଆଈ ଓ ପଡୋଶୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ୪ ଜଣ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।