Advertisment

ଆଙ୍ଗୁଠି ସଂଖ୍ୟାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ କଲେ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମିତ ୬୩ ବର୍ଷ ବୟସ୍କ କୁମାରୀ ନାୟକ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଆଙ୍ଗୁଠିରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ‘ପଲିଡାକ୍ଟିଜିମ୍‌’ କାରଣରୁ ତାଙ୍କର ଅତିରିକ୍ତ ଭାବେ ଏଭଳି ଆଙ୍ଗୁଠି ରହିଥିବା ଜଣାପଡ଼ିଛି। ତାଙ୍କର ମୋଟ ୧୯ ପାଦ ଆଙ୍ଗୁଠି ଏବଂ ୧୨ଟି ହାତ ଆଙ୍ଗୁଠି ରହିଛି। ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ସେ ସାରା ଜୀବନ ଏକାନ୍ତରେ ଏବଂ ଲୁଚିକରି କାଟିଛନ୍ତି। ଯଦିଓ […]

ଅଦ୍ୟତନ ହୋଇଛି
ଆଙ୍ଗୁଠି ସଂଖ୍ୟାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ କଲେ ଓଡ଼ିଆ

Toe-Finger

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମିତ ୬୩ ବର୍ଷ ବୟସ୍କ କୁମାରୀ ନାୟକ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଆଙ୍ଗୁଠିରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ‘ପଲିଡାକ୍ଟିଜିମ୍‌’ କାରଣରୁ ତାଙ୍କର ଅତିରିକ୍ତ ଭାବେ ଏଭଳି ଆଙ୍ଗୁଠି ରହିଥିବା ଜଣାପଡ଼ିଛି। ତାଙ୍କର ମୋଟ ୧୯ ପାଦ ଆଙ୍ଗୁଠି ଏବଂ ୧୨ଟି ହାତ ଆଙ୍ଗୁଠି ରହିଛି। ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ସେ ସାରା ଜୀବନ ଏକାନ୍ତରେ ଏବଂ ଲୁଚିକରି କାଟିଛନ୍ତି।

Advertisment

ଯଦିଓ ଆଙ୍ଗୁଠି କାରଣରୁ ଚର୍ଚ୍ଚିତ ରହିଛନ୍ତି, ତାଙ୍କର ଟଙ୍କା ନଥିବାରୁ ଚିକିତ୍ସା କରିପାରିବାରେ ସମସ୍ୟା ଭୋଗୁଥିବା ସେ ଅଭିଯୋଗ କରନ୍ତି। ସ୍ଥାନୀୟ ଲୋକେ ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଏବଂ ତାଙ୍କ ‘ଡାହାଣୀ’ ଭଳି ପରିଚିତ କରାଇବା ତାଙ୍କୁ କଷ୍ଟ ଦିଏ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ମୁଁ ଏହି ସମସ୍ୟା ସହିତ ହିଁ ଜନ୍ମ ହେଇଥିଲି। ଗରିବ ପରିବାର ହୋଇଥିବାରୁ ଚିକିତ୍ସା କରାଇ ପାରିନଥିଲି। ଆମ ଘର ପାଖ ଲୋକମାନେ ଯେଉଁମାନେ ଅନ୍ଧ ବିଶ୍ୱାସ ରଖନ୍ତି, ସେମାନେ ମୋତେ ଡାହାଣୀ ଭାବି ମୋଠାରୁ ଅଲଗା ରୁହନ୍ତି। ମୋତେ ଘର ଭିତରେ ସବୁବେଳେ ରହିବାକୁ ବାଧ୍ୟ କରାଯାଏ।”
ତାଙ୍କର ଜଣେ ପଡ଼ୋଶୀ କହିଛନ୍ତି, ଓଡ଼ିଶାରେ ଅନ୍ଧ ବିଶ୍ୱାସ ଏବେ ବି ରହିଛି। ତେଣୁ ତାଙ୍କୁ ଡାହାଣୀ ଭାବନ୍ତି। ଏହା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ମୁଁ ଜାଣିଛି। ମୋତେ ଦୁଃଖ ଲାଗେ ଯେ ସେ ଟଙ୍କା ଅଭାବରୁ ନିଜର ଚିକିତ୍ସା କରାଇପାରୁନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe