Advertisment

ମହିଳା କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଜଣେ ମହିଳା ନକ୍ସଲ କମାଣ୍ଡର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଦେବେ ସୋଡ଼ି। ସେ ସିପିଆଇ ନକ୍ସଲ ଦରଭା ଡିଭିଜନରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ସୁକୁମା ଜିଲ୍ଲା ଗାଦିରାଜ ଥାନା ଅନ୍ତର୍ଗତ କୁସରାଜ ଗାଁରେ। ଦେବେ ସୋଡ଼ି ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟିର ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧରାଇଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର […]

author-image
Jyoshna Pradhan
ମହିଳା କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

naxal

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଜଣେ ମହିଳା ନକ୍ସଲ କମାଣ୍ଡର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଦେବେ ସୋଡ଼ି। ସେ ସିପିଆଇ ନକ୍ସଲ ଦରଭା ଡିଭିଜନରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ସୁକୁମା ଜିଲ୍ଲା ଗାଦିରାଜ ଥାନା ଅନ୍ତର୍ଗତ କୁସରାଜ ଗାଁରେ।

Advertisment

ଦେବେ ସୋଡ଼ି ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟିର ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧରାଇଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ଏବେ ନକ୍ସଲ ସଙ୍ଗଠନ ମୂଳ ଆଦର୍ଶରୁ ବିଚ୍ୟୁତ ହୋଇ କେବେ ହତ୍ୟା କରୁଥିବା ଓ ବିକାଶ କାର୍ଯ୍ୟରେ ବାଧକ ସାଜୁ ଥିବାରୁ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି।

ଆତ୍ମସମର୍ପଣ ନିୟମ ଅନୁଯାୟୀ ଦେବେଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି ହୃଷିକେଶ ଖିଲାରୀ କହିଛନ୍ତି। ଏହା ସହିତ ହିଂସାର ମାର୍ଗ ଛାଡ଼ି ପୂର୍ବରୁ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମହିଳା କ୍ୟାଡର ମାନଙ୍କୁ ଜିଲ୍ଲା ପୁଲିସ ତରଫରୁ ଆଜି ବିଶ୍ୱ ମହିଳା ଦିବସ ଅବସରରେ  ସମ୍ବର୍ଧିକ କରାଯାଇଥିଲା। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା। 

Advertisment