କଟକ (ଓଡ଼ିଶା ରିପୋର୍ଟର): ୪ ଦିନ ତଳେ ପ୍ରେମିକ ଆତ୍ମହତ୍ୟା କରିଥିଲେ। ଆଜି ଶପିଂ ମଲ୍ରେ ଝୁଲି ପଡ଼ିଲେ ପ୍ରେମିକା।
ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ।
ପରେ ଶପିଂ ମଲ୍ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ପ୍ରେମିକ ୪ ଦିନ ତଳେ ଆତ୍ମହତ୍ୟା କରିଥିଲେ। ପ୍ରେମିକଙ୍କ ମୃତ୍ୟୁ ପରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।
ଘଟଣାସ୍ଥଳରେ ମଙ୍ଗଳାବଗ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର
କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।