Advertisment

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ  ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ […]

ଅଦ୍ୟତନ ହୋଇଛି
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ

rajasree

Advertisment

କଟକ(ଓଡ଼ିଶା ରିପୋର୍ଟର): ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

Advertisment

ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ  ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ ଖେଳାଳିଙ୍କ ସହ  କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ।

ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍‌ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍‌ କରିଥିଲେ। ତେବେ ତାଙ୍କ ଫୋନ୍‌ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜଖୋଜି କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।।

Advertisment

ରାଜଶ୍ରୀଙ୍କ କୋଚ୍ ଏତଲାରେ ଦର୍ଶାଇଛନ୍ତି ଯେ “ପୁଡୁଚେରୀ ଦିନିକିଆ ପାଇଁ ଘୋଷଣା ହୋଇଥିବା ୨୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଚୂଡ଼ାନ୍ତ ତାଲିକାରେ ରାଜଶ୍ରୀଙ୍କ ନାଁ ନଥିଲା। ଏଥିପାଇଁ  ସେ ମାନସିକ ଚାପରେ ଥିଲେ।”

ଏଫଆଇଆର ପରେ ପୁଲିସ୍‌ ତଦନ୍ତ କରି ରାଜଶ୍ରୀଙ୍କ ବାଇକ୍ ଓ ହେଲମେଟ୍ ଆଠଗଡ଼ ଓରନ୍ଦା ଜଙ୍ଗଲରୁ ଠାବ କରିଛି। ଏବେ ରାଜଶ୍ରୀଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାଯାଇଛି।

ଅନ୍ୟପକ୍ଷରେ ଝିଅକୁ ଖୋଜି ଆଣିବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଭୁବେଶ୍ୱର ସ୍ଥିତ ବାସଭବନରେ ଆଜି ରାଜଶ୍ରୀଙ୍କ ବାପା ମା’ ପହଞ୍ଚିଛନ୍ତି। ହେଲେ କ୍ରୀଡ଼ାମନ୍ତ୍ରୀ ବାସଭବନରେ ନଥିବାରୁ ସେମାନେ ନିଜର ଅଭିଯୋଗ ତାଙ୍କୁ ନ ଜଣାଇ ପାରି ନିରାଶ ହୋଇ ଫେରିଛନ୍ତି।

ରାଜଶ୍ରୀଙ୍କ ମା’ କହିଛନ୍ତି, “ମୋ ଝିଅ ଭଲ ଖେଳେ। ମୋ ଝିଅ ନାଁ ଚୂଡ଼ାନ୍ତ ତାଲିକାରୁ ଜାଣିଶୁଣି କାଟି ଦେଇଛନ୍ତି। ଚୂଡ଼ାନ୍ତ ତାଲିକାରୁ ନାଁ କଟିଯିବା ପରେ ଝିଅ ଘରକୁ ଫୋନ୍‌ କରିଥିଲା। ମୁଁ ଭଲ ଖେଳେ, ମୁଁ ଅଲ୍ରାଉଣ୍ଡର। ହେଲେ ମୋ ନାଁ ଚୂଡ଼ାନ୍ତ ତାଲିକାରୁ କାଟି ଦେଇ ଅନ୍ୟ ଜଣଙ୍କ ନାଁ ଦେଇଦେଲେ। ମୋତେ କିଛି ଭଲ ଲାଗୁ ନାହିଁ।

ମୁଁ ଯାଉଛି କିଛି କରିଦେବି ବୋଲି ଝିଅ ମୋତେ କହିଥିଲା। ତା’ପରେ ଝିଅକୁ ଫୋନ୍‌ କରିବାରୁ ତା’ ମୋବାଇଲ ସୁଇଚ୍ ଅପ୍ ଆସିଥିଲା। ମୋ ଝିଅ ପ୍ରତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଛି। ମୋ ଝିଅକୁ ମାରି ଦିଆଯାଇ ଲୁଚାଇ ରଖାଯାଇଛି।  ଘଟଣାଟାକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe