/odisha-reporter/media/post_attachments/uploads/2020/09/CAR-A.jpg)
CAR-A
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ତୋଳିବାକୁ ଯାଉଥିବାବେଳେ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି।
Advertisment
ମୃତ ମହିଳାଙ୍କ ନାଁ କାଞ୍ଚନ ବେହେରା। ତାଙ୍କ ଘର ଦିଗପହଣ୍ଡିରେ।
କାର୍ଟି ବ୍ରହ୍ମପୁରରୁ ଗଜପତି ଯାଉଥିବା ବେଳେ ୬ ଜଣଙ୍କୁ ଧକ୍କା ଦେଇଥିଲା। କାଞ୍ଚନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଅନ୍ୟ ୫ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
