ଫୁଲ ତୋଳିବାକୁ ଯାଉଥିବା ବେଳେ ପିଟି ଦେଲା କାର୍‌, ଚାଲିଗଲା ଜୀବନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ତୋଳିବାକୁ ଯାଉଥିବାବେଳେ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଭୋର୍‌ରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ କାଞ୍ଚନ ବେହେରା। ତାଙ୍କ ଘର ଦିଗପହଣ୍ଡିରେ। କାର୍‌ଟି ବ୍ରହ୍ମପୁରରୁ ଗଜପତି ଯାଉଥିବା ବେଳେ ୬ ଜଣଙ୍କୁ ଧକ୍କା ଦେଇଥିଲା। କାଞ୍ଚନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ […]

CAR-A

Jitendra Garnayak
  • Published: Sunday, 06 September 2020
  • , Updated: 06 September 2020, 10:34 AM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ତୋଳିବାକୁ ଯାଉଥିବାବେଳେ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଭୋର୍‌ରେ ଏହି ଦୁର୍ଘଟଣା ଘଟିଛି।

ମୃତ ମହିଳାଙ୍କ ନାଁ କାଞ୍ଚନ ବେହେରା। ତାଙ୍କ ଘର ଦିଗପହଣ୍ଡିରେ।

କାର୍‌ଟି ବ୍ରହ୍ମପୁରରୁ ଗଜପତି ଯାଉଥିବା ବେଳେ ୬ ଜଣଙ୍କୁ ଧକ୍କା ଦେଇଥିଲା। କାଞ୍ଚନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଅନ୍ୟ ୫ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

Related story