Advertisment

ମହିଳାଙ୍କ ଉପରେ ମାଡ଼ିଗଲା ଡମ୍ଫର, ପୁଅ ଓ ପୁତୁରା ଗୁରୁତର

ଜଲେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଡମ୍ଫର ପଛପଟୁ ଧକ୍କା ଦେବାଫଳରେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ରଞ୍ଜୁଲତା ବେହେରା। ରଞ୍ଜୁଲତା ପୁଅ ବଳରାମ ଓ ପୁତୁରା ସୂର୍ଯ୍ୟକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମହିଳାଙ୍କ ଉପରେ ମାଡ଼ିଗଲା ଡମ୍ଫର, ପୁଅ ଓ ପୁତୁରା ଗୁରୁତର

accident

ଜଲେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଡମ୍ଫର ପଛପଟୁ ଧକ୍କା ଦେବାଫଳରେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତ ମହିଳା ଜଣଙ୍କ ହେଲେ ରଞ୍ଜୁଲତା ବେହେରା। ରଞ୍ଜୁଲତା ପୁଅ ବଳରାମ ଓ ପୁତୁରା ସୂର୍ଯ୍ୟକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ତାଳଗଛିଆ ଗାଁର।

ଆଜି ରଞ୍ଜୁଲତା ତାଙ୍କ ପୁଅ ଓ ପୁତୁରା ଏକ ବାଇକ୍‌ ଯୋଗେ ରୁପ୍ସା ଯାଉଥିଲେ। ଭେଲୋରା ଛକ ନିକଟରେ ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଡମ୍ଫର ଦ୍ରୁତଗତିରେ ଆସି ସେମାନଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ରଞ୍ଜୁଲତା ତାଙ୍କ ପୁଅ ଓ ପୁତୁରା ବାଇକ୍‌ରୁ ଛିଟିକି ତଳେ ପଡ଼ିଯାଇଥିଲେ। ଡମ୍ଫରଟି  ରଞ୍ଜୁଲତାଙ୍କ ଉପରେ ମାଡ଼ି ଯାଇଥିଲା।  ଘଟଣାସ୍ଥଳରେ ରଞ୍ଜୁଲତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ପୁଅ ଓ ପୁତୁରା ଆହତ ହୋଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର  କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଅଟକ ରଖି ପଚରାଉଚରା କରୁଛି।

Advertisment