Advertisment

ସ୍ୱାମୀ ସହ ଘରକୁ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସ୍ୱାମୀ ସହ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ବାଟରେ ଛକି ରହିଥିଲା ମୃତ୍ୟୁ। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ସ୍ୱାମୀ। ଏପରି ହୃଦୟ ବିଦାରକ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବହଲଦା ଥାନା କାଦୁଆଣି ଛକଠାରେ ଘଟିଛି। ମୃତା ମହିଳା ହେଲେ ଶତ୍ରୁଘ୍ନ  ଵୈଠାଙ୍କ ପତ୍ନୀ  ସ୍ୱପ୍ନା ବୈଠା ( […]

author-image
Niharika Rout
ଅଦ୍ୟତନ ହୋଇଛି
ସ୍ୱାମୀ ସହ ଘରକୁ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

Accident

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସ୍ୱାମୀ ସହ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ବାଟରେ ଛକି ରହିଥିଲା ମୃତ୍ୟୁ। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ସ୍ୱାମୀ। ଏପରି ହୃଦୟ ବିଦାରକ ଘଟଣା ଆଜି ସକାଳେ ମୟୂରଭଞ୍ଜଜିଲ୍ଲା ବହଲଦା ଥାନା କାଦୁଆଣି ଛକଠାରେ ଘଟିଛି।

Advertisment

ମୃତା ମହିଳା ହେଲେ ଶତ୍ରୁଘ୍ନ  ଵୈଠାଙ୍କ ପତ୍ନୀ  ସ୍ୱପ୍ନା ବୈଠା ( ୩୦) । ସେମାନଙ୍କ ଘର ବିଶୋଇ ଥାନା  କାଦପାଣି ଗାଁରେ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକ NH 220 ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଶତ୍ରୁଘ୍ନ ପତ୍ନୀ ସ୍ୱପ୍ନାଙ୍କ ସହ ଆଜି ସକାଳୁ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ।  କାଦୁଆଣି ଛକଠାରେ ଉଭୟ ଛିଡ଼ା ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସ୍ୱପ୍ନାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯାଇଥିଲା।

Advertisment

ଖବର ପାଇ ମୃତ ମହିଳାଙ୍କ ସମ୍ପର୍କୀୟ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକ NH 220 କୁ ଅବରୋଧ କରିଥିଲେ । ବହଳଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ଘଟଣାର ସମାଧାନ ହୋଇପାରିନି।

Accident Roadaccident