Advertisment

ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ପିଟି ଦେଲା କାର୍‌

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ଥିବା କୁକୁରିକାନି ସରକାରୀ ଡାକ୍ତରଖାନା ନିକଟରେ ଏକ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତା ମହିଳାଙ୍କ ନାଁ  ଲତା ବେହେରା (୩୫)।  ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ ରେଣୁକା ଗୁରୁତର ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଲତା ନିଜ  ଝିଅ ରେଣୁକା ସହ କୁକୁରିକାନି ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ  ଚାଲି ଚାଲି ଘରକୁ  ଫେରୁଥିଲେ l  […]

ଅଦ୍ୟତନ ହୋଇଛି
ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ପିଟି ଦେଲା କାର୍‌

accident

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ଥିବା କୁକୁରିକାନି ସରକାରୀ ଡାକ୍ତରଖାନା ନିକଟରେ ଏକ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତା ମହିଳାଙ୍କ ନାଁ  ଲତା ବେହେରା (୩୫)।  ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ ରେଣୁକା ଗୁରୁତର ହୋଇଛନ୍ତି।

Advertisment

ଆଜି ଦିନ ପ୍ରାୟ ୧୧ଟା ବେଳେ ଲତା ନିଜ  ଝିଅ ରେଣୁକା ସହ କୁକୁରିକାନି ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ  ଚାଲି ଚାଲି ଘରକୁ  ଫେରୁଥିଲେ l  ହେଲେ ଅଳ୍ପ ବାଟ ପରେ  ସେହି ଡାକ୍ତରଖାନାର ଜଣେ ଡାକ୍ତରଙ୍କ କାର୍‌ ଉଭୟଙ୍କୁ   ପଛ ପଟୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ଲତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। ଏଥିସହ କାର୍‌ ଡ୍ରାଇଭରକୁ ଅଟକ ରଖିଛି।  ତେବେ ଦୁର୍ଘଟଣା  ସମୟରେ ଡାକ୍ତର କାର୍‌ରେ ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe