Advertisment

ଖଟିଆରେ ଯାଉ ଯାଉ ରାସ୍ତାରେ ପ୍ରସବ କଲେ ମହିଳା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମାଣ୍ଡାଡଙ୍ଗରି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାଅନୁସାରେ, ଗାଁର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା ସାନ୍ତା ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା। ଫଳରେ ଆମ୍ୱୁଲାନ୍ସ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ତେଣୁ  […]

author-image
Jyoshna Pradhan
ଖଟିଆରେ ଯାଉ ଯାଉ ରାସ୍ତାରେ ପ୍ରସବ କଲେ ମହିଳା

umercourt

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମାଣ୍ଡାଡଙ୍ଗରି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନାଅନୁସାରେ, ଗାଁର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା ସାନ୍ତା ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା। ଫଳରେ ଆମ୍ୱୁଲାନ୍ସ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ତେଣୁ  ପରିବାର ଲୋକେ ଏକ ଖଟିଆରେ ଭାର କରି ପରମାଙ୍କୁ ୪ କିମି ବୋହି ଆମ୍ୱୁଲାନ୍ସ ନିକଟକୁ ଆଣୁଥିଲେ। ହେଲେ ଅଧା ବାଟରେ ପରାମା ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ।

ଖବର ପାଇ ଗାଁର ଅଙ୍ଗନୱାଡି ଏବଂ ସ୍ୱାସ୍ଥ୍ୟ କର୍ମୀ ପହଞ୍ଚିଥିଲେ। ଏହାପରେ ପ୍ରସୂତିଙ୍କୁ ପୁଣି ଖଟିଆରେ ବୋହି ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଆମ୍ୱୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

Advertisment