Advertisment

ଅଟୋରେ ଯାଉଥିଲେ ମେଡିକାଲ, ଅଧା ବାଟରେ ହେଲା ପ୍ରସବ

ମୋହନା: ପ୍ରସବ ଯନ୍ତ୍ରଣା ହଠାତ୍‌ ଅସହ୍ୟ ହୋଇଥିଲା। ବର୍ଷା ଯୋଗୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାର ଆଶଙ୍କା ମଧ୍ୟ ଥିଲା। ତେଣୁ ଆଶାକର୍ମୀ ଜଣେ ମହିଳାଙ୍କୁ ଅଟୋରେ ମେଡିକାଲ ନେଉଥିଲେ। ଅଟୋକୁ ଡକା ଯିବାରୁ ଡ୍ରାଇଭର ଢୁଢୁ ବର୍ଷା ସତ୍ତ୍ୱେ ଠିକ୍‌ ସମୟରେ ଆସି ପହଞ୍ଚି ବି ଯାଇଥିଲେ। ହେଲେ ମେଡିକାଲ ଯାଉଥିବା ବେଳେ ଅଧା ରାସ୍ତାରେ ଗର୍ଭବତୀ ଜଣଙ୍କ ଅଟୋ ଭିତରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଗଜପତି ଜିଲ୍ଲା ମୋହନାରେ ଏପରି ଏକ ଘଟଣା […]

author-image
Hemant Lenka
ଅଟୋରେ ଯାଉଥିଲେ ମେଡିକାଲ, ଅଧା ବାଟରେ ହେଲା ପ୍ରସବ

lady

ମୋହନା: ପ୍ରସବ ଯନ୍ତ୍ରଣା ହଠାତ୍‌ ଅସହ୍ୟ ହୋଇଥିଲା। ବର୍ଷା ଯୋଗୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାର ଆଶଙ୍କା ମଧ୍ୟ ଥିଲା। ତେଣୁ ଆଶାକର୍ମୀ ଜଣେ ମହିଳାଙ୍କୁ ଅଟୋରେ ମେଡିକାଲ ନେଉଥିଲେ। ଅଟୋକୁ ଡକା ଯିବାରୁ ଡ୍ରାଇଭର ଢୁଢୁ ବର୍ଷା ସତ୍ତ୍ୱେ ଠିକ୍‌ ସମୟରେ ଆସି ପହଞ୍ଚି ବି ଯାଇଥିଲେ। ହେଲେ ମେଡିକାଲ ଯାଉଥିବା ବେଳେ ଅଧା ରାସ୍ତାରେ ଗର୍ଭବତୀ ଜଣଙ୍କ ଅଟୋ ଭିତରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

Advertisment

ଗଜପତି ଜିଲ୍ଲା ମୋହନାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଅଟୋ ଭିତରେ ପ୍ରସବ କରିଛନ୍ତି ଜଣେ ମହିଳା। କର୍ଚବାଡ଼ି ଗାଁର ନମିତା ପାଇକଙ୍କ ଆଜି ଭୋର ପ୍ରାୟ ୫ଟାରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ପରିବାର ଲୋକ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଆମ୍ବୁଲାନ୍ସକୁ ଖବର ଦେଲେ ଏହା ପ୍ରାୟ ୨ ଘଣ୍ଟା ପରେ ପହଞ୍ଚିବ ବୋଲି ଆଶାକର୍ମୀ ଜଣଙ୍କ କହିଥିଲେ। ତେଣୁ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ସେ ଗୋଟିଏ ଅଟୋ ଭଡ଼ା କରି ଗାଁରୁ ଗର୍ଭବତୀଙ୍କୁ ମୋହନା ମେଡିକାଲକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

ପରିବାର ଲୋକ ଓ ଆଶାକର୍ମୀ ନମିତାଙ୍କୁ ଅଟୋରେ ଆଣୁଥିବା ବେଳେ ଯନ୍ତ୍ରଣା ଆହୁରି ବଢ଼ିଥିଲା। ଶେଷରେ ଅଟୋଟି ମୋହନା ବଜାର ଅତିକ୍ରମ କରୁଥିବା ବେଳେ ନମିତାଙ୍କ ପ୍ରସବ ହୋଇଯାଇଥିଲା। ସେ ଅଟୋ ଭିତରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଏବେ ମା’ ଓ ନବଜାତ ସୁସ୍ଥ ଥିବା ଆଶାକର୍ମୀ କାତ୍ରିନା ଲିମା କହିଛନ୍ତି।

Advertisment

ସେ କହିଛନ୍ତି, “ନମିତାଙ୍କ ଯନ୍ତ୍ରଣା ବଢ଼ିବାରୁ ତାଙ୍କ ବାପା ମୋତେ ଖବର ଦେଇଥିଲେ। ମୁଁ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲି। ଏହି ସମୟରେ ଝିଅର ପେନ୍‌ ବଢ଼ି ଚାଲିଥିଲା। ଘରେ କାଳେ ପ୍ରସବ ହୋଇଯିବ, ସେହି ଆଶଙ୍କାରେ ମୁଁ ପ୍ରଥମେ ଆମ୍ବୁଲାନ୍ସ ଡାକିବି ବୋଲି ଭାବିଥିଲି। କିନ୍ତୁ ଆମ୍ବୁଲାନ୍ସ ଦିଗପହଣ୍ଡିରୁ ଆସିବାକୁ ଥିବାରୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଆନ୍ତା। ତେଣୁ ଆମେ ଅଟୋ ଡାକିବାକୁ ନିଷ୍ପତ୍ତି ନେଇଥିଲୁ।

ଅଟୋରେ ଆମେ ତା’କୁ ଆଣୁଥିବା ବେଳେ ମୋହନା ବଜାର ନିକଟରେ ହିଁ ପ୍ରସବ ହୋଇଥିଲା। ଏବେ ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି। ମୋହନାରେ ଆମ୍ବୁଲାନ୍ସ ନାହିଁ। ସବୁବେଳେ ଦିଗପହଣ୍ଡିରୁ ହିଁ ଆମ୍ବୁଲାନ୍ସ ଆସେ।” ନମିତାଙ୍କ ଜେଜେ ମା’ କୁନି ବେର ଦଳାଇ ମଧ୍ୟ ମା’ ଓ ପୁଅ ସୁସ୍ଥ ଥିବା କହିଛନ୍ତି।