Advertisment

ରେଳ ଟ୍ରାକ୍ ପାର ହେଉଥିଲେ, ମହିଳାଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍

ରାଉରକେଲା(ପବନ ତିୱାରୀ): ଟ୍ରେନରେ କଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଏପରି ଅଘଟଣ ଆଜି ସକାଳେ ରାଉରକେଲା ରେଳ ଷ୍ଟେସନରେ ଘଟିଛି।  ଉକ୍ତ ମହିଳା ଜଣଙ୍କ ହେଲେ ସୁଷମା।  ତାଙ୍କ ଅବସ୍ଥା ଗୁରୁତର ରହିଛି। ସୁଷମାଙ୍କୁ  ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ସୁଷମା ରାଉରକେଲା ଷ୍ଟେସନର ୨ନମ୍ବର  ପ୍ଲାଟଫର୍ମରୁ  ୩ ନମ୍ବର ପ୍ଲାଟଫର୍ମକୁ ରେଳ ଟ୍ରାକ୍ ପାର ହୋଇ ଯାଉଥିଲେ।   ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ […]

author-image
Tapaswini Nayak
ରେଳ ଟ୍ରାକ୍ ପାର ହେଉଥିଲେ, ମହିଳାଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍

train

ରାଉରକେଲା(ପବନ ତିୱାରୀ): ଟ୍ରେନରେ କଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଏପରି ଅଘଟଣ ଆଜି ସକାଳେ ରାଉରକେଲା ରେଳ ଷ୍ଟେସନରେ ଘଟିଛି।  ଉକ୍ତ ମହିଳା ଜଣଙ୍କ ହେଲେ ସୁଷମା।  ତାଙ୍କ ଅବସ୍ଥା ଗୁରୁତର ରହିଛି। ସୁଷମାଙ୍କୁ  ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳ ପ୍ରାୟ ୯ଟା ସମୟରେ ସୁଷମା ରାଉରକେଲା ଷ୍ଟେସନର ୨ନମ୍ବର  ପ୍ଲାଟଫର୍ମରୁ  ୩ ନମ୍ବର ପ୍ଲାଟଫର୍ମକୁ ରେଳ ଟ୍ରାକ୍ ପାର ହୋଇ ଯାଉଥିଲେ।   ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା।  ସୁଷମା ଅନ୍ୟତ୍ର ଛିଟିକି ପଡ଼ିଥିଲେ। ତାଙ୍କର ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ଅନ୍ୟ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁଷମା ବିଳାସପୁରରୁ ରାଉକେଲା ଷ୍ଟେସନ ଆସିଥିଲେ। ସେଠାରୁ ସେ ବିହାରର ପାଟନା ଯାଇଥାନ୍ତେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment