ଆନନ୍ଦପୁର: ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୋହି ନେବା ବେଳେ ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । କେନ୍ଦୁଝର ଆନନ୍ଦପୁର ଧବଣୀ ଗାଁରେ ଘଟିଛି ଏହି ଘଟଣା ।
ପରେ ଉଭୟ ମା’ ଓ ଶିଶୁଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଅସୁସ୍ଥ ଥିବା ଗାଁର ଅନ୍ୟ ଜଣେ ମହିଳା ଜାନ ହୋଙ୍କୁ ବି ଖଟିଆରେ ବୋହି ୧୦୨ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ଲୋକେ। ପରେ ତାଙ୍କୁ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବରଗଡ ପଦମପୁର ବ୍ଲକ ଟିଠେଇଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ ।
ଗାଁରେ ରେବତୀ ବଢେଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ପରିବାର ଲୋକେ। ହେଲେ ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ୧ କିଲୋମିଟର ଦୂରରେ ଅଟକି ରହିଥିଲା । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଏକ ଖଟରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ନବୀନ ଶାସନରେ ଏମଓୟୁ ସ୍ୱାକ୍ଷର କରି ପ୍ରକଳ୍ପରୁ ଓହରି ଯାଇଛନ୍ତି ୧୩ ବୃହତ୍ ଶିଳ୍ପ କମ୍ପାନୀ
୧୩ଟି କମ୍ପାନୀ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଛନ୍ତି ।
Politics
ବିଧାନସଭାରେ ‘ପୋଲାଭରମ’ଝଡ଼: ଆଇନମନ୍ତ୍ରୀଙ୍କ ଚେତାବନୀ, ସତ ଖୋଲିଦେଲେ ମୁହଁ ଦେଖାଇପାରିବନି
ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୁଲତବୀ ଆଲୋଚନା ପ୍ରସ୍ତାବ ଅଗ୍ରାହ୍ୟ ହେବାକୁ ନେଇ କଂଗ୍ରେସ ସଦସ୍ୟମାନେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
Miscellaneous
ସରକାରୀ ଜମିରେ ଘର କରିଥିଲେ, ଚଢ଼ିଲା ବୁଲ୍ଡୋଜର
ଦାରିଙ୍ଗବାଡ଼ି ମାଜିଷ୍ଟ୍ରେଟ ଶରତ ଶବରଙ୍କ ଉପସ୍ଥିତିରେ ବୁଲ୍ଡୋଜର ସାହାଯ୍ୟରେ ଘର ଗୁଡିକୁ ଭଙ୍ଗି ଦିଆଯାଇଛି। ଜବରଦଖଲ ମୁକ୍ତ ହେବା ପରେ ଅଦାଲତଙ୍କୁ ସଂପୃକ୍ତ ଜମି ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି।
Politics
ପ୍ରଫୁଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ୱ
୨୦୨୪ରେ ଭଦ୍ରକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ ପ୍ରଫୁଲ୍ଲ ସାମଲ।
Miscellaneous
ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପଞ୍ଚମ ବୈଠକ।