Advertisment

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ଷ୍ଟ୍ରେଚରରେ ଯିବା ବେଳେ ପ୍ରସବ କଲେ ଶିଶୁପୁତ୍ର

ରାୟଗଡ଼ା (ମାଉଡ଼ି ବାରିକ): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଯାଉଥିବା ବେଳେ ବାଟରରେ ପ୍ରସବ କଲେ ଶିଶୁପୁତ୍ର। ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥର ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ସିରିପାଇ ପଞ୍ଚାୟତର କେନ୍ଦୁଗୁଡ଼ା ଗାଁରେ। ଗାଁର ସିନାଇଁ ମାଝିଙ୍କର ଆଜି ପ୍ରସବ ବେଦନା ହୋଇଥିଲା। ଏହା ପରେ ପରିବାର […]

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ଷ୍ଟ୍ରେଚରରେ ଯିବା ବେଳେ ପ୍ରସବ କଲେ ଶିଶୁପୁତ୍ର

Strecher

Advertisment

ରାୟଗଡ଼ା (ମାଉଡ଼ି ବାରିକ): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଯାଉଥିବା ବେଳେ ବାଟରରେ ପ୍ରସବ କଲେ ଶିଶୁପୁତ୍ର। ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥର ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ସିରିପାଇ ପଞ୍ଚାୟତର କେନ୍ଦୁଗୁଡ଼ା ଗାଁରେ।

Advertisment

ଗାଁର ସିନାଇଁ ମାଝିଙ୍କର ଆଜି ପ୍ରସବ ବେଦନା ହୋଇଥିଲା। ଏହା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଥିଲେ ସୁଦ୍ଧା ଗାଁରେ ପହଞ୍ଚି ପାରି ନଥିଲା। ରାସ୍ତା ନଥିବାରୁ ଗାଁ ଠାରୁ ୨ କିମି ଦୂରରେ ଆମ୍ବୁଲାନ୍ସ ରହିଥିଲା। ଆମ୍ବୁଲାନ୍ସକୁ ସେଠାରେ ରଖି ଡ୍ରାଇଭର ପରକ୍ଷିତ ନାୟକ ଷ୍ଟ୍ରେଚର ଧରି କେନ୍ଦୁଗୁଡ଼ା ଗାଁକୁ ଯାଇଥିଲେ। ପରିବାର ଲୋକଙ୍କ ସହାୟତାରେ ସିନାଇଁଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଉଥିଲା। ସେମାନଙ୍କ ସହିତ ଆଶା କର୍ମୀ ହୋଇକ ମାଝି ବି ଥିଲେ।

ବାଟରେ କେରଙ୍ଗାଗୁଡ଼ା ଗାଁ ନିକଟରରେ ସିନାଇଁଙ୍କ ଯନ୍ତ୍ରଣା ଖୁବ୍ ବଢ଼ିଯାଇଥିଲା। ଆଉ ଆଗକୁ ବଢ଼ିବା ସମ୍ଭବ ହୋଇନଥିଲା। ଏହା ପରେ ଆଶା କର୍ମୀଙ୍କ ସହାୟତାରେ ସେଠାରେ ସିନାଇଁଙ୍କ ପ୍ରସବ କରାଯାଇଥିଲା। ସିନାଇଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

Advertisment

ସିନାଇଁ ଓ ତାଙ୍କ ନବଜାତ ପୁତ୍ରକୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇ ୩୦ କିମି ଦୂର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏମିତି ଖବର ଆସୁଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରତି ଗାଁକୁ କେମିତି ରାସ୍ତା ସଂଯୋଗ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଯୁଗ ଯାଇ କେଉଁଠି ପହଞ୍ଚିଲାଣି, କିନ୍ତୁ ଆମର ଏଠି ଅନେକ ଗାଁରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ନପାରିବା ଅତ୍ୟନ୍ତ ଦୁଃଖ ଓ ଲଜ୍ଜ୍ୟାର ବିଷୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe