Advertisment

ଚରିତ୍ରକୁ ସନ୍ଦେହ: ସ୍ତ୍ରୀଙ୍କୁ ହାଣି ପକାଇଲା ସ୍ୱାମୀ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୁଚନା ଅନୁସାରେ, ଆଠଦିନ ପୂର୍ବେ ବାରକୋଟିଆ ଗାଁରେ ରହୁଥିବା ଝିଅ ଜ୍ୱାଇଁ ଘରକୁ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) […]

author-image
Rakesh Mallick
ଚରିତ୍ରକୁ ସନ୍ଦେହ: ସ୍ତ୍ରୀଙ୍କୁ ହାଣି ପକାଇଲା ସ୍ୱାମୀ

murder

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

Advertisment

ସୁଚନା ଅନୁସାରେ, ଆଠଦିନ ପୂର୍ବେ ବାରକୋଟିଆ ଗାଁରେ ରହୁଥିବା ଝିଅ ଜ୍ୱାଇଁ ଘରକୁ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଓ ତାଙ୍କ ସ୍ତ୍ରୀ ଭଗବତୀ ଯାଇଥିଲେ। ସେଠାରେ ସେମାନଙ୍କୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାର ଥିଲା। ଗତକାଲି ରାତି ଖାଇବା ସାରି ସମସ୍ତେ ଶୋଇଥିଲେ। ଆଜି ଭୋର ପ୍ରାୟ ୪ଟାରେ ଭଗବତୀ ଓ ବଳଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଉଭୟଙ୍କ ପାଟି ଶୁଣି ପରିବାରର ଅନ୍ୟ ଲୋକେ ବାହାରକୁ ଆସିଥିଲେ। ଏହି ସମୟରେ ବଳ ଏକ ଟାଙ୍ଗିଆରେ ଭଗବତୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରିବାର ଲୋକଙ୍କ ପାଖରୁ ଖବର ପାଇ ଖମାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଳଙ୍କୁ ଗିରଫ କରିଛି। ବଳ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବା ରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

Advertisment

ସୂଚନାଯୋଗ୍ୟ, ଅଭିଯୁକ୍ତ ବଳ ପୂର୍ବରୁ ୩ଟି ବିବାହ କରିଥିଲେ। ସେମାନଙ୍କ ମୃତ୍ୟୁ ପରେ ଭଗବତୀଙ୍କୁ ଚତୁର୍ଥ ପତ୍ନୀ ଭାବେ ଗ୍ରହଣ କରିଥିଲେ।