Advertisment

Suicide: ମନା କରୁ କରୁ ବ୍ରିଜ୍‌ ତଳକୁ ଡେଇଁ ପଡ଼ିଲେ ମହିଳା

ମନା କରୁ କରୁ ବ୍ରିଜ୍‌ ଉପରୁ ତଳକୁ ଡେଇଁ ପଡ଼ିଲେ ଜଣେ ମହିଳା । ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଞ୍ଜୁ କୁମ୍ଭାର। ତାଙ୍କ ଘର ବୁର୍ଲା ଅଞ୍ଚଳରେ। କେଉଁ କାରଣରୁ ସେ ଏମିତି ଏକ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇପାରିନି।

Accident
Advertisment

ମନା କରୁ କରୁ ବ୍ରିଜ୍‌ ଉପରୁ ତଳକୁ ଡେଇଁ ପଡ଼ିଲେ ଜଣେ ମହିଳା । ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଞ୍ଜୁ କୁମ୍ଭାର। ତାଙ୍କ ଘର ବୁର୍ଲା ଅଞ୍ଚଳରେ। କେଉଁ କାରଣରୁ ସେ ଏମିତି ଏକ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇପାରିନି।

Advertisment

ବୁଧବାର ସମ୍ବଲପୁରର ମହାନଦୀ ବ୍ରିଜ୍‌ରେ ଘଟିଥିଲା ଏହି ଅଭାବନୀୟ ଘଟଣା। ମହିଳା ଜଣଙ୍କ ବ୍ରିଜ୍‌ର ଗାର୍ଡୱାଲ୍ ଉପରେ ଚଢ଼ିଯାଇଥିଲେ। ତାଙ୍କର ଉଦ୍ଦେଶ୍ୟ ଭଲ ନଥିବା ଜାଣିପାରି ସେହି ବାଟ ଦେଇ ଯାଉଥିବା ଜଣେ କାର ଚାଳକ ଅଟକି ଥିଲେ ଓ ତଳକୁ ଓହ୍ଲାଇ ଆସିବାକୁ ତାଙ୍କୁ ଅନୁରୋଧ କରିଥିଲେ। କ’ଣ ସମସ୍ୟା ଅଛି ବୋଲି ମଧ୍ୟ ପଚାରିଥିଲେ। ପରେ ପରେ ବ୍ରିଜ୍ ଦେଇ ଯାଆସ କରୁଥିବାରୁ ଆହୁରି କିଛି ଲୋକ ସେଠାରେ ରୁଣ୍ଡ ହୋଇଥିଲେ ଓ ଗାର୍ଡୱାଲରୁ ତଳକୁ ଆସିବାକୁ ମହିଳାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେ କାହା କଥା ଶୁଣି ନଥିଲେ।

ମହିଳା ଜଣଙ୍କ ତାଙ୍କ ମାସ୍କ ପିନ୍ଧିଥିଲେ। ବ୍ରିଜ୍‌ରୁ ଡେଇଁବା ପୂର୍ବରୁ ସେ ମୋବାଇଲ ଫୋନ୍‌ରେ କାହା ସହିତ କଥା ହୋଇଥିଲେ ଓ କାନ୍ଦୁ ଥିଲେ। ଲୋକଙ୍କ ବାରଣ ସତ୍ତ୍ୱେ ସେ ବ୍ରିଜ୍‌ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Advertisment

ବୁର୍ଲା ପୁଲିସ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ବାପ ଘର ସମ୍ବଲପୁରର କ୍ଷେତରାଜପୁର ଅଞ୍ଚଳରେ। ସେ ବୁର୍ଲାରେ ରହୁଥିଲେ। ପାରିବାରିକ ବିବାଦରୁ ଏହି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe