Advertisment

ବିଏମ୍‌ସିର ଅଳିଆ ବୋଝେଇ ଟ୍ରକ ଧକ୍କାରେ ମାଇଁ ମୃତ, ଭଣଜା ଆହତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମର ଅଳିଆ ବୋଝେଇ ଟ୍ରକ୍‌ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତମାଳ ବେହେରା। ତମାଳଙ୍କ ଘର ଗଞ୍ଜାମ ଜିଲ୍ଲା କଳିଆବାଲି ଅଞ୍ଚଳରେ। ସେ ତାଙ୍କ ଭଣଜା ବସନ୍ତ ବେହେରାଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ […]

author-image
Rakesh Mallick
ବିଏମ୍‌ସିର ଅଳିଆ ବୋଝେଇ ଟ୍ରକ ଧକ୍କାରେ ମାଇଁ ମୃତ, ଭଣଜା ଆହତ

berhampur

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମର ଅଳିଆ ବୋଝେଇ ଟ୍ରକ୍‌ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତମାଳ ବେହେରା।

Advertisment

ତମାଳଙ୍କ ଘର ଗଞ୍ଜାମ ଜିଲ୍ଲା କଳିଆବାଲି ଅଞ୍ଚଳରେ। ସେ ତାଙ୍କ ଭଣଜା ବସନ୍ତ ବେହେରାଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ବସନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ବସନ୍ତଙ୍କ ବାଇକ୍‌ରେ ତମାଳ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ଆସିଥିଲେ। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ ଘରକୁ ଫେରୁଥିବା ବେଳେ ବିଏମ୍‌ସିର ଅଳିଆ ବୋଝେଇ ଟ୍ରକଟି ପଛପଟୁ ଆସି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତମାଳଙ୍କ ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଛି। ପୁଲିସ୍‌ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।