Advertisment

ଅଧା ରହିଗଲା ଠାକୁର ଦର୍ଶନ, ଛାରଖାର ହୋଇଗଲା ସୁନାରସଂସାର

ସୋନପୁର(ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ଦର୍ଶନ ପାଇଁ ହସଖୁସିରେ ଘରୁ ଗୋଡ଼ କାଢ଼ିଥିଲେ ସ୍ୱାମୀସ୍ତ୍ରୀ। ହେଲେ ସବୁଖୁସି ନିମିଷେକ ମଧ୍ୟରେ ଦୁରେଇଗଲା। ଛାରଖାର ହୋଇଗଲା ସୁନାର ସଂସାର।  ଆଖି ଆଗରେ ସାତ ଜନମର ସାଥୀ ସବୁଦିନ ପାଇଁ ଆରପାରିକୁ ଛାଡ଼ି ଚଲାଗଲା। ଆଜି ସକାଳେ  ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।  ମୃତ ମହିଳା ଜଣଙ୍କ ହେଲେ […]

ଅଧା ରହିଗଲା ଠାକୁର ଦର୍ଶନ, ଛାରଖାର ହୋଇଗଲା ସୁନାରସଂସାର

busaccident

Advertisment

ସୋନପୁର(ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ଦର୍ଶନ ପାଇଁ ହସଖୁସିରେ ଘରୁ ଗୋଡ଼ କାଢ଼ିଥିଲେ ସ୍ୱାମୀସ୍ତ୍ରୀ। ହେଲେ ସବୁଖୁସି ନିମିଷେକ ମଧ୍ୟରେ ଦୁରେଇଗଲା। ଛାରଖାର ହୋଇଗଲା ସୁନାର ସଂସାର।  ଆଖି ଆଗରେ ସାତ ଜନମର ସାଥୀ ସବୁଦିନ ପାଇଁ ଆରପାରିକୁ ଛାଡ଼ି ଚଲାଗଲା। ଆଜି ସକାଳେ  ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।  ମୃତ ମହିଳା ଜଣଙ୍କ ହେଲେ ପୁଷ୍ପାଞ୍ଜଳି ବାଘ। ସ୍ୱାମୀ ଗିରିଧାରୀ ବାଘଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀସ୍ତ୍ରୀଙ୍କ ଘର ଖୁଜେନଲପାଲିରେ ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ଗିରିଧାରୀ  ଓ ତାଙ୍କ ସ୍ତ୍ରୀ  ବାଇକ୍‌ରେ  ଖୁଜେନଲପାଲିରୁ ବାହାରି ସୋନପୁର ସହରର ଏକ ମନ୍ଦିରକୁ ଆସୁଥିଲେ। ଏହି ସମୟରେ କଳାପଥର ଛକ ନିକଟରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ଗୁରୁତର ଆହତ ହୋଇଥିଲେ। ପୁଲିସ ପହଞ୍ଚି ଆମ୍ବୁଲାନ୍ସରେ ଗିରିଧାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ।

ପୁଲିସ ଦୁର୍ଘଟଣାଗସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe