Advertisment

ନବବଧୂଙ୍କୁ ଜାଳିଦେଲେ ଶ୍ୱଶୁର ଘର ଲୋକେ!

କାମାକ୍ଷାନଗର (ରାକେଶ ଦେହୁରୀ): ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ଼ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ […]

ଅଦ୍ୟତନ ହୋଇଛି
ନବବଧୂଙ୍କୁ ଜାଳିଦେଲେ ଶ୍ୱଶୁର ଘର ଲୋକେ!

murder

Advertisment

କାମାକ୍ଷାନଗର (ରାକେଶ ଦେହୁରୀ): ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ଼ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ହଠାତ୍ ସେମାନଙ୍କ ହସ ଖୁସିର ପରିବାର ଉପରେ କାହାର ନଜର ଲାଗିଲା। କଥାକଥାରେ ଶାଶୂ ଘର ଲୋକେ ସୁଚିତ୍ରାଙ୍କ ସହିତ ପାଟିତୁଣ୍ଡ କରୁଥିଲେ। ଏପରିକି ମାଡ଼ ମଧ୍ୟ ମାରୁଥିଲେ। ଯେଉଁଥିପାଇଁ ସେ ବାପ ଘରକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି।

ତେବେ କିଛି ଦିନ ତଳେ ଶ୍ୱଶୁର ଘର ଲୋକେ ସୁଚିତ୍ରାଙ୍କୁ ବୁଝାଇ ଘରକୁ ନେଇ ଆସିଥିଲେ। ଆଜି ହଠାତ୍ ସୁଚିତ୍ରାଙ୍କ ଘରକୁ ଏକ ଫୋନ୍ କଲ ଆସିଥିଲା। ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି କିଏ ଜଣେ ଫୋନ୍ କରି କହିଥିଲେ। ଏହି କଥା ଶୁଣିବା ପରେ ସୁଚିତ୍ରାଙ୍କ ପରିବାର ଲୋକଙ୍କ ହାଲତ୍ ଶୁଖି ଯାଇଥିଲା। ସେମାନେ ସଙ୍ଗେ ସଙ୍ଗେ ଝିଅ ଘରକୁ ଦୌଡ଼ି ଆସିଥିଲେ। ସେତେବେଳକୁ ସୁଚିତ୍ରାଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘର ବାରଣ୍ଡାରେ ପଡ଼ିଥିଲା। ଏହି ସମୟରେ ଶାଶୂ, ଶ୍ୱଶୁର, ସ୍ୱାମୀ ଓ ଦୁଇ ଦିଅର କେହି ଘରେ ନଥିଲେ। ସୁଚିତ୍ରାଙ୍କୁ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୁଚିତ୍ରାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe