Advertisment

Live In Partner: ବାୟା କଲା ପରପୁରୁଷର ପ୍ରେମ: ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ଲିଭ୍-ଇନରେ ରହିଲେ

ଶୁଭମ୍‌ ପୁରୀରେ ଏକ ଅଟୋରିକ୍ସା ଚଳାଇ ସ୍ତ୍ରୀ ପିଲାଙ୍କୁ ନେଇ ପୁରୀରେ ରହୁଥିଲେ। କିନ୍ତୁ ସ୍ତ୍ରୀ ତାଙ୍କ ଗାଁର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସେ ଜାଣିବାକୁ ପାଇଲେ। ଶୁଭମ ସ୍ତ୍ରୀ ବନାନୀଙ୍କୁ ଯେତେ ବୁଝାଇଲେ ବି ସେ କିଛି ଶୁଣୁ ନଥିଲେ।

author-image
OR Desk
LOVE-TH-UP

ଲିଭ ଇନ

ଦିନେ ଯାହାକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବେ ଜଣେ ପରପୁରୁଷର ପ୍ରେମ ପାଇଁ ତାଙ୍କୁ ପର କରିଦେଲେ। ପର ପୁରୁଷଙ୍କ ପ୍ରେମ(Live In Partner)ORରେ ପଡ଼ି ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପଳାଇଲେ ସ୍ତ୍ରୀ। ଯେତେ ବୁଝାଇଲେ ବି ନା ସ୍ତ୍ରୀ ଫେରୁଛି ନା ଶ୍ୱଶୁର ଘର ଲୋକ ଶୁଣୁଛନ୍ତି। ସ୍ୱାମୀ ଥାଉ ଥାଉ ବିବାହର କିଛି ବର୍ଷ ପରେ ପର ପୁରୁଷକୁ ବନ୍ଧୁ କରି ତା’ଙ୍କ ସହ ଲିଭ ଇନରେ ରହୁଛନ୍ତି ସ୍ତ୍ରୀ। ଏମିତି କିଛି ଅଭିଯୋଗ ଆଣି ନ୍ୟାୟ ଦାବିରେ ଶ୍ୱଶୁର ଘର ଦ୍ୱାରସ୍ଥ ହୋଇଛନ୍ତି ଜ୍ୱାଇଁ ପୁଅ।

Advertisment

ଶ୍ୱଶୁର ଘରର ଦ୍ୱାରସ୍ଥ ହୋଇଥିବା ଯୁବକ ଜଣଙ୍କ ହେଲେ ଶୁଭମ୍‌ ବିଶ୍ୱାଳ। ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନସ୍ଥ କ୍ଷୀରକୁଣି ଗାଁରେ। ଚାନ୍ଦବାଲି ଥାନା ଅଧୀନସ୍ଥ ତେନ୍ତୁଳିଡିହ ପଂଚାୟତ ଠୋକରା ଗ୍ରାମର ନରେନ୍ଦ୍ର ନାୟକଙ୍କ ଝିଅ ବନାନୀ ନାୟକଙ୍କୁ ସେ ବିବାହ କରିଥିଲେ। ବିବାହର କିଛି ବର୍ଷ ଭଲରେ ବିତିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

ଶୁଭମ୍‌ ପୁରୀରେ ଏକ ଅଟୋରିକ୍ସା ଚଳାଇ ସ୍ତ୍ରୀ ପିଲାଙ୍କୁ ନେଇ ପୁରୀରେ ରହୁଥିଲେ। କିନ୍ତୁ ସ୍ତ୍ରୀ ତାଙ୍କ ଗାଁର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସେ ଜାଣିବାକୁ ପାଇଲେ। ଶୁଭମ ସ୍ତ୍ରୀ ବନାନୀଙ୍କୁ ଯେତେ ବୁଝାଇଲେ ବି ସେ କିଛି ଶୁଣୁ ନଥିଲେ। ଶେଷରେ ନିଜ ପିଲାଙ୍କୁ ବାପ ଘରେ ଛାଡ଼ି ଦେଇ ପ୍ରେମିକ ସହ ସ୍ତ୍ରୀ ବେଙ୍ଗାଲୁରୁ ପଳାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ତେବେ ଶୁଭମଙ୍କ ଶ୍ୱଶୁର ତଥା ତାଙ୍କ ପତ୍ନୀ ବନାନୀଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି, ଜ୍ୱାଇଁ କିଛି ରୋଜଗାର ନ କରିବାରୁ ଘର ଚଳାଇବା ପାଇଁ ଝିଅ ରାଜ୍ୟ ବାହାରେ କାମ କରିବାକୁ ଯାଇଛି।

୮ ମାସ ଧରି ସ୍ତ୍ରୀ ପରପୁରୁଷ ସହ ଚାଲିଯିବା ପରେ ନିଜ ଛୁଆଙ୍କୁ ଶ୍ୱଶୁର ଘରୁ ଆଣିବା ପାଇଁ ଏବେ ଜିଦ୍‌ ଧରିଛନ୍ତି ଶୁଭମ। ନ୍ୟାୟ ପାଇଁ ବାରମ୍ବାର ଥାନାରୁ ଶଶୁର ଘର ପର୍ଯ୍ୟନ୍ତ ଯାଇ ନୟାନ୍ତ ହେଲେଣି କିନ୍ତୁ ଫଳ ଶୂନ। ଯଦି ପିଲା ଦୁଇଟିଙ୍କୁ ତାଙ୍କୁ ଫେରାଇ ନ ଦିଆଯାଏ ତେବେ ସେ ଆତ୍ମହତ୍ୟା ଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ସେପଟେ ସ୍ୱାମୀଙ୍କ ଅଭିଯୋଗ ସତ ନା ବାପାଙ୍କ ଅଭିଯୋଗ ତାକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ଅପରପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

ଭଦ୍ରକ ଚାନ୍ଦବାଲିରୁ ତ୍ରିଲୋଚନ ସାହୁଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର

Live In Partner