Advertisment

ଭାଉଜ ପେଟରେ ଛୁରା ଭୁସିଦେଲା ଦିଅର

ପାଟଣାଗଡ଼(କରୁଣାକର ବୁଡେ): ଦିଅରର ଛୁରା ମାଡ଼ରେ ଭାଉଜର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଧୀନ ସାହାଜପାଣି ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ଅଧୀନ ସାହାଜପାଣି ଗାଁର କ୍ଷୀର ମେହେରଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତିଙ୍କୁ ତାଙ୍କ ଦିଅର ଅନୀଲ ମେହେର ଛୁରିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ […]

ଅଦ୍ୟତନ ହୋଇଛି
ଭାଉଜ ପେଟରେ ଛୁରା ଭୁସିଦେଲା ଦିଅର

Patnagarh

Advertisment

ପାଟଣାଗଡ଼(କରୁଣାକର ବୁଡେ): ଦିଅରର ଛୁରା ମାଡ଼ରେ ଭାଉଜର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଧୀନ ସାହାଜପାଣି ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ଅଧୀନ ସାହାଜପାଣି ଗାଁର କ୍ଷୀର ମେହେରଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତିଙ୍କୁ ତାଙ୍କ ଦିଅର ଅନୀଲ ମେହେର ଛୁରିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ଅନୀଲ ଫେରାର ହୋଇଯାଇଛି। ସୂର୍ଯ୍ୟକାନ୍ତିଙ୍କ ପରିବାର ଲୋକ ଏନେଇ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲାଠୋର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର କେଉଁ କାରଣରୁ ଆକ୍ରମଣ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Domestic Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe