Advertisment

Rape: ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ପୀଉସା, ଭାଇ ଓ ଭିଣୋଇ ଗିରଫ

ଓଡ଼ିଶା : ବରଗଡ଼ରେ ଲଜ୍ଜା। ଜିଲ୍ଲାର ଭେଡ଼େନ ଥାନା ରେମଣ୍ଡା ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୁଲିସ୍ ତାଙ୍କର ୩ ଜଣ ସଂପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Rape
Advertisment

ବରଗଡ଼ ଜିଲ୍ଲାରେ ଲଜ୍ଜା। ଜିଲ୍ଲାର ଭେଡ଼େନ ଥାନା ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ଡୁଙ୍ଗୁରିପାଲି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୁଲିସ୍ ତାଙ୍କର ୩ ଜଣ ସଂପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅଭିଯୁକ୍ତମାନେ ହେଉଛନ୍ତି ଡୁଙ୍ଗୁରିପାଲି ଅଞ୍ଚଳର ୫୦ ବର୍ଷୀୟ ବିକ୍ରମ ସରାଫ, ତାଙ୍କ ସାନ ପୁଅ ପପୁନ (୨୮) ଓ ଜ୍ୱାଇଁ ପ୍ରତାପ ସରାଫ (୪୪)। 
ବିକ୍ରମ ହେଉଛନ୍ତି ପୀଡ଼ିତାଙ୍କ ପୀଉସା। ସେହି ଦୃଷ୍ଟିରୁ ପପୁନ ତାଙ୍କ ଭାଇ ହୋଇଥିବା ବେଳେ ପ୍ରତାପ ତାଙ୍କ ଭିଣୋଇ। 

ଯୁବତୀଙ୍କ ଘର ସମ୍ବଲପୁର ଅଞ୍ଚଳରେ। ସେ ୧୨ ବର୍ଷ ହେବ ତାଙ୍କ ପୀଉସା ବିକ୍ରମ ଘରେ ରହି ଆସୁଥିଲେ। ୨୦୨୫ ଡିସେମ୍ବର ୧୦ ତାରିଖରେ ବିକ୍ରମ ଯୁବତୀଙ୍କ ପରିବାର ଲୋକଙ୍କୁ ଫୋନ କରିଥିଲେ ଓ ତାଙ୍କୁ ନେଇ ଯିବାକୁ କହିଥିଲେ। ଏହା ପରେ ପୀଡ଼ତାଙ୍କୁ ତାଙ୍କ ବାପା ସେଠାରୁ ନେଇ ଯାଇଥିଲେ। ଗାଁକୁ ଫେରିବା ପରେ ଯୁବତୀଙ୍କ ଦେହ ଭଲ ରହୁ ନଥିଲା। ତେଣୁ ତାଙ୍କ ଭାଉଜ ତାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜଣାପଡ଼ିଲା ଯେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି। ଏହା ପରେ ସେ ଘର ଲୋକଙ୍କୁ ସବୁ କଥା କହିଥିଲେ।  

Advertisment

ପୀଉସା ବିକ୍ରମ ସରାଫ, ଭାଇ ପପୁନ ସରାଫ ଓ ଭିଣୋଇ ପ୍ରତାପ ସରାଫ ଭିନ୍ନ ଭିନ୍ନ ଦିନରେ ତାଙ୍କ ସହିତ ଏକାଧିକ ଥର ଜୋର ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲେ ବୋଲି ଯୁବତୀ ଜଣଙ୍କ କହିଥିଲେ। ଏହା ସହିତ ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ମାଡ଼ ଭୟରେ ସେ ଏ ବିଷୟରେ କାହାକୁ ଜଣାଇ ନଥିଲେ ବୋଲି ସେ କହିଥିଲେ। 

ଘଟଣା ସଂପର୍କରେ ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଯୁବତୀଙ୍କ ଏତଲା ଆଧାରରେ ଭେଡ଼େନ ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe