ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଦେଓଗାଁ କୂଶଳେଶ୍ୱର ଶିବ ମନ୍ଦିରରେ ଏକ ଅଘଟଣ ଘଟିଛି। ଜଣେ ମହିଳାଙ୍କ ଶାଢ଼ିରେ ଦୀପରୁ ନିଆଁ ଲାଗି ଯିବାରୁ ସେ ପୋଡ଼ି ଯାଇଛନ୍ତି। ତାଙ୍କ ନାଁ କମଳିନୀ ବାରିକ। ତାଙ୍କ ଘର ଦେଓଗାଁରେ।
ଆଜି ମହାଶିବରାତ୍ରୀ ଥିବାରୁ କମଳିନୀ ତାଙ୍କ ପରିବାର ଲୋକଙ୍କ ସହ କୂଶଳେଶ୍ୱର ଶିବ ମନ୍ଦିରକୁ ଆସିଥିଲେ। ହେଲେ ସେଠାରେ ଦୀପ ଲଗାଇ ମୁଣ୍ଡିଆ ମାରିବା ସମୟରେ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲେ। ସେ ମୁଣ୍ଡିଆ ମାରୁଥିବା ବେଳେ ତାଙ୍କ ପଛପଟେ ଜଣେ ଯୁବତୀ ଦୀପ ଜାଳୁଥିଲେ। ଆଉ ସେହି ଦୀପର ନିଆଁ କମଳିନୀଙ୍କ ଶାଢ଼ିରେ ଲାଗି ଯାଇଥିଲା ବୋଲି ଜଣାପଡ଼ିଛି । ଶାଢ଼ିରେ ନିଆଁ ଲାଗିଯିବାରୁ ତାଙ୍କ ହାତ ଓ ଅଣ୍ଟା ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।
Crime
ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ
ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍ପିକୁ ଖବର ଦେଇଥିଲେ।
Crime
ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର
ବାର୍ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।