Advertisment

ଦିଦିଙ୍କ ଗାଡ଼ିର କାଗଜପତ୍ର ନଥିଲା! ତଣ୍ଡ ଗଣିବେ ୧୩ ହଜାର ଟଙ୍କା

ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍‌ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍‌ କରିଛି ୧୩ ହଜାର ଟଙ୍କା। ଭଦ୍ରକ ଟାଉନ୍‌ ସର୍କାରନଗର ଅଞ୍ଚଳର ନାହିଦ ଅକତର ଏକ ପ୍ରାଥଭେଟ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୟୁନାନୀ ହସ୍ପିଟାଲ୍‌ ନିକଟରେ ପୁଲିସ […]

ଦିଦିଙ୍କ ଗାଡ଼ିର କାଗଜପତ୍ର ନଥିଲା! ତଣ୍ଡ ଗଣିବେ ୧୩ ହଜାର ଟଙ୍କା

bhadrak

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍‌ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍‌ କରିଛି ୧୩ ହଜାର ଟଙ୍କା।

Advertisment

ଭଦ୍ରକ ଟାଉନ୍‌ ସର୍କାରନଗର ଅଞ୍ଚଳର ନାହିଦ ଅକତର ଏକ ପ୍ରାଥଭେଟ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୟୁନାନୀ ହସ୍ପିଟାଲ୍‌ ନିକଟରେ ପୁଲିସ ତାଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲା। ତେବେ ଗାଡ଼ିଟି ନାହିଦଙ୍କ ବାପାଙ୍କ ନାଁରେ ଥାଇ ସେ ଚଲାଉଥିବାରୁ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ଏହାଛଡ଼ା ନାହିଦଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଗାଡ଼ିର ବୀମା ନଥିବାରୁ ୨୦୦୦ ଓ ହେଲମେଟ୍‌ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଫାଇନ ହୋଇଛି। ଜୋରିମାନା ଅର୍ଥ ପୈଠ କରିବା ପରିବର୍ତ୍ତେ ସେ ଗାଡ଼ି ନେଇ ଚାଲି ଯାଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe