ଭାଲୁ ମୁହଁରୁ ବର୍ତ୍ତିଲା ଜୀବନ। ମରୁମରୁ ବଞ୍ଚିଗଲେ। ଗୋଟାଏ କି ଯୋଡ଼ାଏ ଭାଲୁ ନୁହନ୍ତି। ଏକାବେଳେ ୬ ଟିକିଆ ଭାଲୁ ପଲ ମୁହଁରୁ ଜୀବନ ବଞ୍ଚାଇ ଫେରି ଆସିଛନ୍ତି ମାଲିଦେ ସୋରେନ। ତାହା ପୁଣି ତାଙ୍କ ସ୍ତ୍ରୀ ଲିଲି ସୋରେନଙ୍କ ପାଇଁ।
ଦିନେ ଯମ ରାଜାଙ୍କ ପାଖରୁ ନିଜ ସ୍ୱାମୀ ସତ୍ୟାବାନଙ୍କ ଜୀବନ ଫେରାଇ ଆଣିଥିଲେ ସ୍ତ୍ରୀ ସାବିତ୍ରୀ । ଠିକ୍ ସେମିତି ଲିଲି ନିଜ ଜୀବନକୁ ବାଜି ଲଗାଇ ଦଳେ ରକ୍ତ ମୁଖା ଭାଲୁଙ୍କ କବଳରୁ ନିଜ ସ୍ୱାମୀଙ୍କ ଜୀବନ ରକ୍ଷା କରିଛନ୍ତି । ଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା ଭାଲିଆନାଳ ଗାଁର। ଏଇ ଗାଁର ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ମଙ୍ଗଳବାର ଅପରାହ୍ମରେ ପତ୍ର ସଂଗ୍ରହ କରିବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ ।
ସେଠାରେ ୬ ଟିକିଆ ଏକ ଭାଲୁ ପାଲଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଯାଇଥିଲା । ଗୋଟିଏ ଭାଲୁ ହଠାତ୍ ମାଲିଦେଙ୍କୁ ଆକ୍ରମଣ କରିଥିଲା । ମାଲଦେ ମଧ୍ୟ ନିଜ ଜୀବନ ରକ୍ଷା ପାଇଁ ଭାଲୁ ସହ ଲଢ଼ୁଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ଲିଲି ତୁରନ୍ତ ହାତରେ ଧରିଥିବା ଦଣ୍ଡାରେ ଭାଲୁକୁ ଦୁଇ ତିନି ପାହାର ପକାଇଥିଲେ। ଫଳରେ ଭାଲୁଟି ମାଲଦେଙ୍କୁ ଛାଡି ଜୀବନ ବିକକରେ ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ମାଲଦେଙ୍କ ଜୀବନ ବଞ୍ଚି ଯାଇଥିଲା ।
ଭାଲୁ ଆକ୍ରମଣରେ ଗୁରୁତର ହୋଇପଡିଥିବା ମାଲିଦେଙ୍କୁ କରଞ୍ଜିଆ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଧରଣୀ ଧର ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ।
କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/19/bear-lady-2026-02-19-13-24-40.jpg)