Advertisment

ବିଜୁଳି ନେଇଗଲା ମାଆ ଓ ପୁଅଙ୍କ ଜୀବନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍‌ (ବିଜୁଳି) ତାରଟି ଝୁଲିଥିବା […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଜୁଳି ନେଇଗଲା ମାଆ ଓ ପୁଅଙ୍କ ଜୀବନ

b.pur

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

Advertisment

ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍‌ (ବିଜୁଳି) ତାରଟି ଝୁଲିଥିବା ଦେଖି ଧରି ପକାଇଥିଲେ। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସଙ୍ଗେ ସଙ୍ଗେ ନାରାୟଣ ଚିତ୍କାର କରିଥିଲେ। ନାରାୟଣଙ୍କ ଚିତ୍କାର ଶୁଣି ଘର ଭିତରେ ଥିବା ତାଙ୍କ ମାଆ ସଜନ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଧରି ପକାଇଥିଲେ। ଯାହାଫଳରେ ମାଆ ଓ ପୁଅ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖଲ୍ଲିକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ନାରାୟଣ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Advertisment