Advertisment

ପୁଅକୁ ଆଣିବାକୁ ଯାଇଥିଲେ ,୧୦ ଜଣ ମିଳିମିଶି ଗୋଇଠା ବିଧା ମାରିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ମହିଳା ଦିବସରେ ପୁଲିସ ଡିଜି ଶ୍ରୀ ଅଭୟ ଗୁରୁତ୍ୱରୋପ କରିଥିଲେ। ଆଉ ଏହାର ଦିନ କେତୋଟି ଭିତରେ ରାଜଧାନୀରେ ମହିଳା କେତେ ସୁରକ୍ଷିତ ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜଧାନୀର ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ପ୍ରାୟ ୧୦ ଜଣ ଯୁବକ ସଂଘବଦ୍ଧ ହୋଇ ବିଧା, ଗୋଇଠା ଓ ଧକ୍କା ମାରି ତଳେ ପକାଇ ଦେଇଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ସବୁଠାରୁ […]

ଅଦ୍ୟତନ ହୋଇଛି
ପୁଅକୁ ଆଣିବାକୁ ଯାଇଥିଲେ ,୧୦ ଜଣ ମିଳିମିଶି ଗୋଇଠା ବିଧା ମାରିଲେ

lady222

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ମହିଳା ଦିବସରେ ପୁଲିସ ଡିଜି ଶ୍ରୀ ଅଭୟ ଗୁରୁତ୍ୱରୋପ କରିଥିଲେ। ଆଉ ଏହାର ଦିନ କେତୋଟି ଭିତରେ ରାଜଧାନୀରେ ମହିଳା କେତେ ସୁରକ୍ଷିତ ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜଧାନୀର ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ପ୍ରାୟ ୧୦ ଜଣ ଯୁବକ ସଂଘବଦ୍ଧ ହୋଇ ବିଧା, ଗୋଇଠା ଓ ଧକ୍କା ମାରି ତଳେ ପକାଇ ଦେଇଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମହିଳାଙ୍କୁ ଯୁବକମାନେ ସଂଘବଦ୍ଧ ହୋଇ ଆକ୍ରମଣ କରୁଥିବା ସମୟରେ କେହି ଜଣେ ବି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ। ଯାହା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ୍‌ ହେବା ପରେ କମିସନରେଟ୍‌ ପୁଲିସ ଆକ୍ସନ ମୋଡକୁ ଆସିଛି ଏବଂ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ସମ୍ପୃକ୍ତ ମହିଳାଙ୍କର ଜମିବାଡ଼ି ମାମଲାକୁ କେନ୍ଦ୍ର କରି ଏକ ସ୍ଥାନୀୟ କ୍ଲବ୍‌ ସହ ବିବାଦ ରହିଥିଲା। ଆକ୍ରଣକାରୀଙ୍କ ଯୁବକଙ୍କ ଭିତରେ ଅଧିକାଂଶ ସେହି କ୍ଲବର ସଦସ୍ୟ ବୋଲି ପୁଲିସ ଚିହ୍ନଟ କରିଛି।

ତେବେ କ୍ଲବଘର ସହ କିଛି ଦୋକାନ ଘର ନିଜ ଜାଗା ବୋଲି ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ଦାବି କରୁଥିବାବେଳେ ତାରିଣୀ କ୍ଲବ ପକ୍ଷରୁ ଏହା ତାଙ୍କ ଜାଗା ବୋଲି ଦାବି କରିଛନ୍ତି। ଏନେଇ କୋର୍ଟରେ ମଧ୍ୟ ମାମଲା ରହିଛି।

ପୂର୍ବରୁ ମହିଳା ଜଣଙ୍କ ନିଜ ଜାଗାକୁ ପାଇବା ପାଇଁ ଉଦ୍ୟମ କରୁଥିବାରୁ କ୍ଲବ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ଲାଗି ରହୁଥିଲା। ମାତ୍ର ଗତକାଲି ମହିଳା ଜଣଙ୍କ ନିଜ ପୁଅକୁ ଟ୍ୟୁସନ ଛାଡି ଫେରୁଥିବାବେଳେ କ୍ଲବର ଯୁବକମାନେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଏହି ଘଟଣା ଘଟିଥିଲା

ଭିଡିଓ ଫୁଟେଜକୁ ଆଧାର କରି ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ନିଜ ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ମାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe