Advertisment

ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ସ୍ତ୍ରୀ। ସୌଭାଗ୍ୟବଶତଃ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ଆସୁଥିବା ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ। ପୂରା ଘଟଣାଟି ଏହିପରି। ରାଉରକେଲା ନିକଟ ବନ୍ଧମୁଣ୍ଡା ଅଞ୍ଚଳର ମାନି ଚିରାଇ […]

ଅଦ୍ୟତନ ହୋଇଛି
ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା

5

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ସ୍ତ୍ରୀ। ସୌଭାଗ୍ୟବଶତଃ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ଆସୁଥିବା ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ।

Advertisment

ପୂରା ଘଟଣାଟି ଏହିପରି। ରାଉରକେଲା ନିକଟ ବନ୍ଧମୁଣ୍ଡା ଅଞ୍ଚଳର ମାନି ଚିରାଇ ଓ କିଷାନ୍‌ କିରାଇ ଉଭୟ ପତି-ପତ୍ନୀ। ମାନି ଅନେକ ସମୟରେ କିଷାନଙ୍କ ଚରିତ୍ରକୁ ନେଇ ସନ୍ଦେହ କରନ୍ତି। ଅଭିଯୋଗ କରନ୍ତି ଯେ, କିଷାନଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରହିଛି। ଏହାକୁ ନେଇ ଉଭୟଙ୍କ ଭିତରେ ସବୁବେଳେ ମତମତାନ୍ତର ଓ କଳିଝଗଡ଼ା ଲାଗି ରହିଥିଲା।

ତେବେ ଆଜି ଚନ୍ଦ୍ରକାନ୍ତି ମହାରଣା ନାମକ ଜଣେ ମହିଳାଙ୍କ ସହିତ କିଷାନ ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଆସୁଥିଲେ। ଏହା ଦେଖି ମାନି ଏକ ସିରିଞ୍ଜରେ ସେମାନଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଫଳରେ ଚନ୍ଦ୍ରକାନ୍ତିଙ୍କ ମୁହଁ, ଆଖି, ପାଟି ଓ ଶରୀରର ଆଉକିଛି ସ୍ଥାନରେ ଏସିଡ୍‌ ପଡ଼ିଯାଇଥିଲା। ଏପରିକି ସେହି ରାସ୍ତାରେ ଯାଉଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଦେହରେ ମଧ୍ୟ ଏସିଡ୍‌ ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି ମାମଲାରେ ପୁଲିସ ଏସିଡି ଫିଙ୍ଗିଥିବା ଅଭିଯୁକ୍ତ ମହିଳା ମାନି ଚିରାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe