Advertisment

ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର, ଆତ୍ମହତ୍ୟା କଲେ ଗର୍ଭବତୀ

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ବାପ ଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଗଜଗିରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ମଲିକ। ଗତକାଲି ମଞ୍ଜୁଲତା ଘରେ ଏକୁଟିଆ ଥିଲେ। ଶାଶୂ ବିଲକୁ ଯାଇଥିବାବେଳେ ଶ୍ୱଶୁର ବଜାରକୁ ଯାଇଥିଲେ ଓ ନଣନ୍ଦ ପାଣି ପାଇଁ ଯାଇଥିଲେ।  […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର, ଆତ୍ମହତ୍ୟା କଲେ ଗର୍ଭବତୀ

police stion

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ବାପ ଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଗଜଗିରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ମଲିକ।

Advertisment

ଗତକାଲି ମଞ୍ଜୁଲତା ଘରେ ଏକୁଟିଆ ଥିଲେ। ଶାଶୂ ବିଲକୁ ଯାଇଥିବାବେଳେ ଶ୍ୱଶୁର ବଜାରକୁ ଯାଇଥିଲେ ଓ ନଣନ୍ଦ ପାଣି ପାଇଁ ଯାଇଥିଲେ।  ଏହି ସମୟରେ ମଞ୍ଜୁଲତା ଭିତରୁ କବାଟ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନଣନ୍ଦ ପାଣି ନଆଇ ଆସି କବାଟ  ବାଡ଼େଇଥିଲେ ମଧ୍ୟ ସେ ଖୋଲି ନଥିଲେ। ପରେ ଗ୍ରାମବାସୀ କବାଟ ଭାଙ୍ଗି ମଞ୍ଜୁଲତାଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ତାର ଶ୍ୱଶୁର ଘର ଲୋକ ଯୌତୁକ ବାଇଁ ତଣ୍ଟି ଚିପି ହତ୍ୟା କରିଥିବା ମଞ୍ଜୁଲତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ସେମାନେ  ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ୍ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି।

Advertisment

ଗତ ୪ମାସ ତଳେ ତିହିଡି କାଁପଡ଼ା ଗାଁର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଚାନ୍ଦବାଲି ଗଜଗିରି ଗାଁର ଅଜୟ ମଲିକଙ୍କୁ ବିବାହ କରିଥିଲେ। ମଞ୍ଜୁଲତା ୩ମାସର ଗର୍ଭବତୀ ଥିଲେ। ତାଙ୍କ ସ୍ୱାମୀ ଘରେ ରହୁନଥିଲେ। ସେ ବାହାର ରାଜ୍ୟରେ କାମ କରୁଛନ୍ତି।

ଅନ୍ୟପକ୍ଷରେ ମଞ୍ଜୁଲତାଙ୍କ ବାପଘର ଲୋକ ଆଣିଥିବା ଅଭିଯୋଗକୁ ଶାଶୂ ଘର ଲୋକ ଖଣ୍ଡନ କରିଛନ୍ତି।  ମଞ୍ଜୁଲାତାଙ୍କ ଶାଶୂ କହିଛନ୍ତି, ଯଦି ଆମେ ଦୋଷ କରିଥିବୁ ଆମେ ଦଣ୍ଡ ପାଇବୁ। ଆମେ ବୋହୂକୁ ହତ୍ୟା କରିନାହୁଁ।  ଯୌତୁକ ବାବଦରେ କୌଣସି ଟଙ୍କା ମାଗି ନାହୁଁ।