Advertisment

ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର

ଭଦ୍ରକ(ପାର୍ଥ ସାରଥୀ ନାୟକ):  ଯୌତୁକ ପାଇଁ  ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଗତକାଲି  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଉକ୍ତ ମହିଳା ଜଣଙ୍କ ହେଲେ ରଂଜିତା ବେହେରା। ସୂଚନା ମୁତାବକ, ସାବରଙ୍ଗ ଥାନା ଅନ୍ତର୍ଗତ ଆଟୋ ଗାଁର କରୁଣାକର ବେହେରାଙ୍କ ଝିଅ ରଂଜିତା ବେହେରା ଦେଢ଼ ବର୍ଷ ପୂର୍ବରୁ ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଗାଁର […]

ଅଦ୍ୟତନ ହୋଇଛି
ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର

Bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ):  ଯୌତୁକ ପାଇଁ  ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଗତକାଲି  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଉକ୍ତ ମହିଳା ଜଣଙ୍କ ହେଲେ ରଂଜିତା ବେହେରା।

Advertisment

ସୂଚନା ମୁତାବକ, ସାବରଙ୍ଗ ଥାନା ଅନ୍ତର୍ଗତ ଆଟୋ ଗାଁର କରୁଣାକର ବେହେରାଙ୍କ ଝିଅ ରଂଜିତା ବେହେରା ଦେଢ଼ ବର୍ଷ ପୂର୍ବରୁ ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଗାଁର ସୁରେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ।  ବିବାହ ପରେ ସ୍ୱାମୀଙ୍କ ସହ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ନିର୍ଯାତନା ଅସହାୟ ହେବାରୁ ରଂଜିତା ଏବେ ବାପଘରେ ରହୁଛନ୍ତି। ରଂଜିତାଙ୍କ ବାପା ଜଣେ ଗରିବ ଖଟିଖିଆ ବ୍ୟକ୍ତି ହୋଇଥିବା ହେତୁ ଶାଶୁ ଘର ଲୋକ ଦାବି କରୁଥିବା ଯୌତୁକ ଦେବାପାଇଁ ଅସମର୍ଥ ହୋଇଥିଲେ ।

ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବା ରଞ୍ଜିତା ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନ  କରିବାରୁ  ଫେବ୍ରୁଆରୀ ୨୫ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ।  ଗତକାଲି  ରଞ୍ଜିତା  ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶାଶୁ ଘର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

Advertisment

ରଂଜିତାଙ୍କ ବାପା କରୁଣାକର ବାରିକ କହିଛନ୍ତି, ବିବାହ ସମୟରେ ପୁଅ ଘର ପକ୍ଷରୁ ଯାହା ଯୌତୁକ ମାଗିଥିଲେ, ଆମେ ଦେଇଥିଲୁ। ବିବାହ ପରେ ଝିଅ ଶାଶୁ ଘର ଲୋକେ ୫୦ ହଜାର ଟଙ୍କା ମାଗିଥିଲେ। ମୁଁ ଦେଇ ନ ପାରିବାରୁ ସେମାନେ ମୋ ଝିଅକୁ ନିର୍ଯ୍ୟାତନା ଦେଉଛନ୍ତି।

Dowry Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe